News

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଆସନ୍ତା କାଲି ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ  ମତ ଦାନ ପ୍ରକ୍ରିୟା। ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି। ଭୋଟ ଗ୍ରହଣ କେନ୍ଦ୍ରକୁ ପୋଲିଂ ଟିମ  ପଠାଯିବା ସହ ଇଭିଏମ  ମେସିନ ପଠାଇସାରିଛି ନିର୍ବାଚନ କମିଶନ। ତେବେ ଏସବୁ ମଧ୍ୟ ଟିକେ ଡର ରହିଛି ମାୟପ୍ରବଣ ଅଞ୍ଚଳରେ। ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ କଡ଼ା ସୁରକ୍ଷା  ବ୍ୟବସ୍ଥା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି  ସହିତ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ। କେତେକ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ବୁଥ୍‌ର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୫୪୦ଟି ବୁଥ ମଧ୍ୟରୁ ୧୨୮ଟି ଅତି ସମ୍ବେଦନଶୀଳ।ସେହିଭଳି କୋରାପୁଟ  ଲୋକସଭା ଆସନ ଲାଗି ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବାରୁ ସେଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  କରାଯାଇଛି। ପୋଲିଂ ପାର୍ଟି ବିଭିନ୍ନ ବୁଥ୍‌କୁ ପହଞ୍ଚିବାରେ ଲାଗିଛନ୍ତି।

ପଢନ୍ତୁ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଦିଲ୍ଲୀରେ ଅସୁସ୍ଥ

Related posts

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

ENO Beuro

ଏବେ ଟ୍ରେନ ଟିକେଟରେ ରହିବ ଓଡିଆ ଲେଖା: ଉତ୍କଳ ଦିବସରୁ ହେବ ଶୁଭାରମ୍ଭ

Ratnamani Moharana

ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

ENO Beuro

Leave a Comment