Loading...

ସୂର୍ଯ୍ୟ ସହ ସେଲଫି ଉଠାଇଲା "ଆଦିତ୍ୟ ଏଲ-୧''

ସୂର୍ଯ୍ୟ ସହ ସେଲଫି ଉଠାଇଲା "ଆଦିତ୍ୟ ଏଲ-୧''

ସୂର୍ଯ୍ୟ ମିଶନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ ଏଲ୍‌-୧ ସୂର୍ଯ୍ୟଙ୍କର ପ୍ରଥମ ସମ୍ପୂର୍ଣ୍ଣ ଫଟୋ ଉତ୍ତୋଳନ କରିଛି। ଏହି ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭ୍‌ଲେଙ୍ଗ୍‌ଥକୁ କଭର କରିଛି।

ସୂର୍ଯ୍ୟ ମିଶନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ ଏଲ୍‌-୧ ସୂର୍ଯ୍ୟଙ୍କର ପ୍ରଥମ ସମ୍ପୂର୍ଣ୍ଣ ଫଟୋ ଉତ୍ତୋଳନ କରିଛି। ଏହି ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭ୍‌ଲେଙ୍ଗ୍‌ଥକୁ କଭର କରିଛି। ଫଟୋ ଉତ୍ତୋଳନ ପାଇଁ ବ୍ୟବହାର କରାଯାଇଥିବା ଟେଲିସ୍କୋପ୍‌ରେ ସୂର୍ଯ୍ୟ ଉପରିଭାଗର ସବିଶେଷ ଦୃଶ୍ୟ ଆସିବା ପାଇଁ ୧୧ଟି ଭିନ୍ନ ଭିନ୍ନ ଫିଲ୍ଟର ବ୍ୟବହାର କରାଯାଇଥିଲା। ଉକ୍ତ ଫଟୋରୁ ସନ୍‌ସ୍ପଟ୍‌ ଆଦି ବିଭିନ୍ନ ବୈଶିଷ୍ଟ୍ୟ ଜଣାପଡ଼ିଛି।


ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଦିତ୍ୟ-ଏଲ୍‌୧ ମହାକାଶ ଯାନରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଇଲେଟ୍‌ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ୍‌ ଓ୍ବେଭ୍‌ଲେଙ୍ଗ୍‌ଥ ନିକଟରେ ସୂର୍ଯ୍ୟଙ୍କ ପ୍ରଥମ ପୂର୍ଣ୍ଣ ଡିସ୍କ ଫଟୋ ଉତ୍ତୋଳନ କରିଥିବାରୁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ସୂର୍ଯ୍ୟର ଫଟୋସ୍ପିୟର ଏବଂ କ୍ରୋମୋସ୍ପିୟର ମଧ୍ୟରେ ଥିବା ଅଭୂତପୂର୍ବ ଦୃଶ୍ୟ ସହ ଏହାର ଠିକ୍‌ ଉପରକୁ ଥିବା ସ୍ବଚ୍ଛ ସ୍ତରକୁ ଫଟୋରେ ଅଣାଯାଇପାରିଛି। ସନ୍‌ସ୍ପଟ୍‌, ସୌରପୃଷ୍ଠରେ ବିଦ୍ୟୁତ୍‌ ଚୁମ୍ବକୀୟ ଝଡ଼ ଆଦି ସୂର୍ଯ୍ୟରେ ଘଟୁଥିବା ଘଟଣା ଓ ମହାକାଶ ପାଗ ତଥା ପୃଥିବୀର ଜଳବାୟୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୁଝିବାରେ ଉକ୍ତ ସ୍ତର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗତ ମାସ ୨୦ରେ ଏସ୍‌ୟୁଆଇଟିକୁ କ୍ରିୟାଶୀଳ କରାଯାଇଥିଲା ଏବଂ ଗତ ୬ ତାରିଖରେ ଏହା ପ୍ରଥମ ଫଟୋ ଉତ୍ତୋଳନ କରିଛି। ସୂର୍ଯ୍ୟ ଅଭିଯାନ ଉଦ୍ଦେଶ୍ୟରେ ଇସ୍ରୋ ଆଦିତ୍ୟ-ଏଲ୍‌୧କୁ ଗତ ସେପ୍ଟେମ୍ବର ୨ରେ ମହାକାଶକୁ ପଠାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.