News

ଗଗନାୟନ ପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ମନୋନୟନ ପ୍ରକ୍ରିୟା ଶେଷ

Untitled 1

ଭାରତ ପୁଣି ଏକ ଯାନ ଅନ୍ତରିକ୍ଷକୁ ପଠାଇବା ପାଇଁ ଯୋଜନା କରୁଛି। ଏହି ଅନ୍ତରିକ୍ଷର ନାମ ‘ମିସନ୍‌ ଗଗନଯାନ’ ରହିଛି। ମହାକାଶ ଅଭିଯାନ ‘ଗଗନାୟନ’ ନିମନ୍ତେ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ମନୋନୟନ ପ୍ରକ୍ରିୟା ସମାପ୍ତ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ମିସନ୍‌ ଗଗନଯାନ ଦ୍ବାରା ୨୦୨୨ ସୁଦ୍ଧା ଇସ୍ରୋ ଦ୍ବାରା ଯାତ୍ରୀଙ୍କ ସହ ମହାକାଶ ଯାନ ଉତ୍‌କ୍ଷେପଣ ଲକ୍ଷ୍ୟ ରଖିଛି ଭାରତ। ବେଙ୍ଗାଲୁରୁସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଏରୋସ୍ପେସ୍‌ ମେଡିସିନଠାରେ ପାଇଲଟମାନଙ୍କର ଶାରୀରିକ, ରେଡିଓଲୋଜିକାଲ, କ୍ଲିନିକାଲ ପରୀକ୍ଷା ପ୍ରଭୃତି ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏଥିସହ ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଛି।

ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌  କହିଛନ୍ତି, ଧାର୍ଯ୍ୟ ସମୟ ମଧ୍ୟରେ ଇସ୍ରୋର ଏହି କାର୍ଯ୍ୟ ସମ୍ପାଦନ କରିବା କ୍ଷମତା ରହିଛି। ଏହା ଇସ୍ରୋ ପାଇଁ ଏବ ବଡ଼ ଆହ୍ବାନ ହେବ କିନ୍ତୁ ଇସ୍ରୋ ଏଥିରେ ସଫଳ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୮, ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ୧୦,୦୦୦ କୋଟି ଟଙ୍କାର ମିସନ୍‌ ଗଗନଯାନ ଘୋଷଣା କରିଥିଲେ।

109114 Gaganyaan
 Gaganyaan

ମିସନ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇଟି ମାନବବିହୀନ ଯାନ ଏବଂ ଗୋଟିଏ ମାନବ ଯାନ ମହାକାଶକୁ ପଠାଯିବ। ମିସନ୍‌ ଗଗନଯାନ ପାଇଁ ୪ ଜଣ ଭାରତୀୟ ମହାକାଶ ଯାତ୍ରୀ ୧୫ ମାସ ତାଲିମ ପାଇଁ ନଭେମ୍ବର ୨୦୧୯ ସୁଦ୍ଧା ରୁଷ୍‌ ଯିବେ। ଏହାପରେ ପୁଣି ଏହି ମହାକାଶ ଯାତ୍ରୀମାନେ ଭାରତରେ ୬ରୁ ୮ମାସ ପର୍ଯ୍ୟନ୍ତ ତାଲିମ ନେବେ।

ପଢନ୍ତୁ: ଚନ୍ଦ୍ରଯାନ-୨ ଅସଫଳ ପରେ ଭାରତର ମଜା ଉଡେଇଲେ ପାକିସ୍ତାନ ମନ୍ତ୍ରୀ ଫବାଦ ଚୌଧୁରୀ

Related posts

ପୁଣି ଥରେ ନିର୍ବାଚନରେ ବିଜୟୀ ହେଲେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

ENO Beuro

ପଞ୍ଜାବ ସୀମାରେ ପାକିସ୍ତାନୀ ଗୁପ୍ତଚର

Ratnamani Moharana

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ENO Beuro

1 comment

ଫାଇନ୍‌ ଆଦାୟକୁ ନେଇ ରାଜମହଲ ଛକରେ ପୋଲିସ୍-ପବ୍ଲିକ୍ ମୁହାଁମୁହିଁ September 7, 2019 at 3:13 pm

[…] ଗଗନାୟନ ପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାର… […]

Leave a Comment