News

ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

ଓଲା ଓବେରୋ ଭଳି ଭୁବନେଶ୍ୱରରେ ଗତକାଲି ଆରମ୍ଭ ହେଇଛି ଜୁମ୍‌କାର୍‌ ସେବା । ଏହି ସଂସ୍ଥା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କୁ ଭଡ଼ାରେ କାର୍‌ ଯୋଗାଇ ଦେଉଛି ।

ସଂସ୍ଥାଟି ବିଭିର୍ଣ୍ଣ ପ୍ରକାର ସୁବିଧା ଯୋଗାଇ ଦେଉଛି । ସବୁଠୁ ବଡ଼ ସୁବିଧା ହେଉଛି ଏହା ଲୋକମାନଙ୍କୁ ଅଧିକ ସ୍ୱାଧୀନତା ପ୍ରଦାନ କରିବ । କାରଣ ଲୋକମାନେ ଗାଡ଼ିକୁ ଭଡ଼ାରେ ନେବା ପରେ ନିଜେ ଗାଡ଼ି ଚଲାଇ ବିଭିନ୍ନ ସ୍ଥାନକୁ ଯାଇପାରିବେ। ଘଣ୍ଟା ପିଛା ୭୦ ଘଣ୍ଟା ମୂଲ୍ୟରେ ଗ୍ରାହକମାନେ ଗାଡ଼ି ବୁକିଙ୍ଗ କରିପାରିବେ। ଘଣ୍ଟା ପିଛା, ସାପ୍ତାହିକ ଏବଂ ମାସିକ ଭିତ୍ତିରେ ଗାଡ଼ି ବୁକିଙ୍ଗ କରାଯାଇପାରିବ।

ଉଦ୍ଘାଟନ ଅବସରରେ କଂପାନିର ସିଇଓ ତଥା ସହ ପ୍ରତିଷ୍ଠାତା ଗ୍ରେଗ୍‌ ମୋରାନ୍‌ କହିଛନ୍ତି ଯେ ଭୁବନେଶ୍ୱରକୁ ମିଶାଇ ଆମେ ଭାରତର ୨୭ଟି ମେଟ୍ରୋ ଏବଂ ଅଣ ମେଟ୍ରୋ ସହରରେ ପହଞ୍ଚିଛୁ। ଏବେ ଆମ ପାଖରେ ଫୋର୍ଡ ଫିଗୋଠାରୁ ଆରମ୍ଭ କରି ମାରୁତି ସ୍ୱିଫ୍ଟ , ହୁଣ୍ଡାଇ କ୍ରେଟା, ମହିନ୍ଦ୍ରା ସ୍ପର୍ପିଓ ଏବଂ ଫୋର୍ଡ ଆସ୍ପାୟାର ଭଳି ମଡେଲ୍‌ର ୨୦ଟି କାର୍‌ ରହିଛି। ଆଗାମୀ ୬ ମାସ ଭିତରେ ଗାଡ଼ି ସଂଖ୍ୟା ୫୦ରେ ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।  ଜୁମ୍‌କାର୍‌ର ସବୁ ଗାଡ଼ିରେ ଜିପିଏସ୍‌ ଲଗାଯାଇଛି। ଟିକସ ଏବଂ ବୀମା ଦୃଷ୍ଟିରୁ ସବୁ ଗାଡ଼ି ଯାଞ୍ଚ ହୋଇଛି।

ଜୁମ୍‌‌କାର୍‌ର ୱେବସାଇଟ୍‌ ଏବଂ ଆପ୍‌ରେ ସହଜରେ ଗାଡ଼ି ବୁକିଙ୍ଗ କରାଯାଇପାରିବ। ଓଡ଼ିଶାରେ ପର୍ଯ୍ୟଟକମାନେ ପୁରୀ, କଟକ, କୋଣାର୍କ, ଗୋପାଳପୁର ଏବଂ ଚାନ୍ଦିପୁର ଯାତ୍ରା କରିବା ପାଇଁ ଜୁମ୍‌କାର୍‌ ସେବା ହାସଲ କରୁଛନ୍ତି । ମୋଟ ବୁକିଙ୍ଗରେ ଛାତ୍ରଛାତ୍ରୀଙ୍କ ଅବଦାନ ୭୦% ପାଖାପାଖି ରହିଛି।

ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

ପଢନ୍ତୁ, ରେଳବାଇ ଦ୍ଵାରା ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ, ଏଣିକି ରେଳଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ

Related posts

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ENO Beuro

ଯାତ୍ରୀବାହୀ ବସ୍‌ ପୋଡିଲେ ମାଓବାଦୀ

ENO Beuro

ଆନ୍ଧ୍ର-ଓଡିଶା ମିଳିତ ରଣନୀତି: ମାଓ କ୍ୟାମ୍ପ ଧ୍ଵଂସ ଯୋଜନା ପ୍ରସ୍ତୁତ

ENO Beuro

2 comments

Leave a Comment