News

‘ସେଲଫି ବେବୋ’ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନଙ୍କୁ ହତ୍ୟା

ମହାନଦୀ ପଠାରୁ ଆଜି ସକାଳେ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିଛି। ଯୁବତୀ ଜଣକ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ସିଂ ବୋଲି ଜଣାପଡିଛି। ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସିମରନ୍‌ ଜିନ୍ସ ପ୍ୟାଣ୍ଟ, ଜ୍ୟାକେଟ୍‌ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା। ମୁଣ୍ଡ ଫାଠି ଯାଇଥିଲା। ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି। ଏଣୁ କେହି ତାଙ୍କୁ ପିଟି ପିଟି ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

simran

ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେ ଗତ ବର୍ଷ ଅପ୍ରେଲ୍‌ ମାସରେ ବଲାଙ୍ଗୀରର ଜଣେ ଯୁବକଙ୍କୁ ବିବାହ କରିଥିଲେ । ସିମରନ୍‌ଙ୍କ ଶାଶୁ ଘର ଲୋକଙ୍କରେ ଏଥିରେ ସଂପୃକ୍ତିଥିବା ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ବୁର୍ଲା ପୋଲିସ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ସହିତ ପୋଲିସ ତନାଘନ ଆରମ୍ଭ କରିଛି ।

ସିମରନ୍‌ ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ସେଲଫି ବେବୋ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ରିକ୍ସାବାଲା ରିଟର୍ଣ୍ଣ।

ପଢନ୍ତୁ; ୧୧ ଦିନରେ ବାବା ଶିରିଡ଼ି ସାଇ ମନ୍ଦିରକୁ ୧୪. ୫୪ କୋଟି ଟଙ୍କା ଦାନ

Related posts

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ସାରା ବିଶ୍ବରୁ ମୋଦିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

Ratnamani Moharana

ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ !

ENO Beuro

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର

ENO Beuro

Leave a Comment