EnewsOdia.Com

ଚୌଦ୍ୱାର ସର୍କଲ୍‌ ଜେଲ୍‌ରେ କଏଦୀଙ୍କ ସେଲ୍‌ଫି ସୋସିଆଲ୍ ମିଡିଆରେ ଭାଇରାଲ୍‌

ଚୌଦ୍ୱାର ସର୍କଲ୍‌ ଜେଲ୍‌ରେ ସଜ୍ଜା କାଟୁଥିବା କଏଦୀଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ୱାର୍ଡ ସାମନାରେ ବସି କଏଦୀମାନେ ମୋବାଇଲ୍ ଫୋନରେ ଫଟୋ ଉଠାଉଛନ୍ତି। ଜେଲ୍ ଭିତରେ ଚାଲିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ସବୁଠୁ ବଡ଼ ସାଂଘାତିକ ଘଟଣା ହେଉଛି, ‌କଏଦୀଙ୍କୁ ଫୋନ ଯୋଗାଉଛନ୍ତି ଜେଲର ଜଣେ ଅଧିକାରୀ। ଯଦି ଜେଲରେ କେବେ ପୁଲିସ ଚଢ଼ଉ କରୁଛି, ତେବେ ତା ପୂର୍ବରୁ ସମ୍ପୃକ୍ତ ଅଧିକାରୀ କଏଦୀଙ୍କଠାରୁ ମୋବାଇଲ ଆଣି ଲୁଚାଇ ଦେଉଛନ୍ତି। ଆଜି ତୃତୀୟ ଥର ପାଇଁ ଵାର୍ଡରେ ଥିବା ପେସାଦାର ଅପରାଧୀ ମାଲ୍‌ଗୋଦାମ ନଦୀକୂଳସାହିର ହାପି ଓରଫ ବିଶ୍ବଜିତ ମହାନ୍ତିର ସେଲଫି ଭାଇରାଲ୍‌ ହୋଇଛି। ହାପି ଅନ୍ୟ ୪ ସହଯୋଗୀଙ୍କ ସହିତ ୫ ନମ୍ବର ଵାର୍ଡ ବାହାରେ ଓ ଭିତରେ ସେଲ୍‌ଫି ଉଠାଇଛି।

 

ସୂଚନା ଅନୁଯାୟୀ, ଯୋବ୍ରା ବ୍ୟାରେଜ୍‌ରେ ମାଛ ମରା ଘଟଣାକୁ କେନ୍ଦ୍ରକରି ନଦୀକୂଳ ସାହିର ତପନ ନାୟକକୁ ହତ୍ୟା ଘଟଣାରେ ମାଲଗୋଦାମ ଥାନା ପୁଲିସ ପେସାଦାର ଅପରାଧୀ ହାପି ସମେତ ତାର ଅନ୍ୟ ସହଯୋଗୀଙ୍କୁ ଗିରଫ କରି ଚୌଦ୍ବାର ଜେଲ୍‌କୁ ପଠାଇଥିଲା। ଚୌଦ୍ବାର ଜେଲରେ ଥିବା ହାପି ଓ ତାର ୪ ସହଯୋଗୀ ଵାର୍ଡ ନମ୍ବର ୫ର ପାହାଚ ପାଖରେ ବସି ମଉଜ କରୁଥିବାର ଗୋଟିଏ ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଥିବା ବେଳେ ଆଉ ଏକ ସେଲଫି ଵାର୍ଡ ଭିତରେ ଉଠାଇ ଛାଡ଼ିଛନ୍ତି।

ଦୁଇଟି ଫଟୋ ହାପି ନିଜ ଆଣ୍ତ୍ରଏଡ୍‌ ଫୋନ୍‌ରେ ଉଠାଇ ବାହାରକୁ ପଠାଇଛି। ବାରମ୍ବାର ଚୌଦ୍ବାର ସର୍କଲ ଜେଲ୍‌ ଭିତରକୁ ମୋବାଇଲ୍ ଫୋନ୍‌ ଯିବା ଘଟଣା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି।

ଚୌଦ୍ବାର ଜେଲ୍‌ ଅଧୀକ୍ଷକ ରାଜ କିଶୋର ସାହୁ କିନ୍ତୁ କହିଛନ୍ତି ଯେ, କଏଦୀଙ୍କ ଫଟୋ ଭାଇରାଲ୍ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଜେଲ୍‌ରଙ୍କ ସହିତ ଆଲୋଚନା କରି ସୂଚନା ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି, ପୂର୍ବରୁ ଜେଲ୍‌ରେ ଅନେକ ଥର ଚଢ଼ଉ ହୋଇଛି। ଏବେ ଫଟୋ ଭାଇରାଲ୍‌ ଘଟଣା ସାମ୍‌ନାକୁ ଆସିବା ପରେ ଏଥିପ୍ରତି ଦୃଷ୍ଟି ଦିଆଯିବ।

ପଢନ୍ତୁ: ଖସୁଛି ପିଆଜ ଦର

ସମ୍ବନ୍ଧିତ ଖବର

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana

ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା

Ratnamani Maharana

ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

Ratnamani Maharana

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Maharana

ନିର୍ଭୟା ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏସଏ ବୋବଡେ

Ratnamani Maharana