News

ଆରମ୍ଭ ହେଲା ‘ସେଲଫି ଓ୍ଵିଥ୍ ସିଏମ’

ଟେକ୍ନୋଲୋଜି ଜରିଆରେ ଲୋକଙ୍କ ପାଖକୁ ଯିବେ ନବୀନ

 

ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ବିଜେଡିର ଅଭିଯାନ ଜୋର୍ ଧରିଛି। ଏହି ଉଦ୍ଦେଶ୍ୟର ଦଳର ଆଇଟି ସେଲ ପକ୍ଷରୁ ଆୟୋଜନ କରାଯାଇଛି ଦିନିକିଆ କନ୍‌କ୍ଲେଭ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ବୈଷୟିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସରକାରୀ ଯୋଜନାର ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।

 

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଆଇଟି କନ୍‌କ୍ଲେଭ୍‌ରେ ଏକ ଅଭିନବ କାର୍ଯ୍ୟକ୍ରମ ‘ସେଲ୍‌ଫି ୱିଥ୍‌ ସିଏମ୍‌’ ଆରମ୍ଭ କରାଯାଇଛି। ଏ.ଆର୍. ଟେକ୍ନୋଲୋଜି ଦ୍ବାରା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଡ଼ି ସାଧାରଣ ଲୋକ ସେଲ୍‌ଫି ନେଇପାରିବେ। ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ପ୍ଲାଟ୍‌ଫର୍ମରେ ନିର୍ମିତ ଏହି ଟେକ୍ନୋଲୋଜି ବ୍ୟବହାର କରିବାରେ ବିଜେଡି ଦେଶର ପ୍ରଥମ ରାଜନୈତିକ ଦଳ ବୋଲି କୁହାଯାଉଛି। ଏହା ସହ ଆଜି ‘ମୋ ନବୀନ ମୋ ଘରେ’ ନାମରେ ଆଉ ଏକ କାର୍ଯ୍ୟକ୍ରମ ବି ଆରମ୍ଭ କରାଯାଇଛି।

ପଢନ୍ତୁ; ୨୯ରେ ଓଡ଼ିଶା ଆସିବେ ଶାହ,ସାଲେପୁରରେ ହେବ ସଭା

Related posts

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

ENO Beuro

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ENO Beuro

ଭାରତୀୟ ପ୍ରତିରକ୍ଷା ଗବେଷଣା ଏବୋଂ ବିକାଶ ସଂଗଠନ ଦ୍ଵାରା ଚାନ୍ଦିପୁରରୁ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷଣ

ENO Beuro

Leave a Comment