POLITICALS

ବିଜେଡ଼ିର ଗୁମର ଖୋଲିଲେ ପ୍ରକାଶ ମିଶ୍ର

ଚାଲିଛି ନିର୍ବାଚନ । ପ୍ରତୀଟି ଦଳ ଏବେ ରକ୍ତ ମୁହାଁ। ଗୋଟେ ଦଳ ଆଉଗୋଟେ ଦଳକୁ ପରିହାସ କରିବାକୁ ପଛଉନାହାନ୍ତି। ଏହି କଜିଆ ଭିତରେ କିନ୍ତୁ  ଜାଣିବାକୁ ମିଳୁଛି ବହୁତ ଅକୁହା ଓ ଭିତିରି କଥା। ସେହିପରି କାଲି ବିଜେଡ଼ି ବିରୋଧରେ କିଛି ତଥ୍ୟ ପ୍ରକାଶ କରିଛନ୍ତି ପୂର୍ବତନ ଡିଜି ପ୍ରକାଶ ମିଶ୍ର ।  ‘ଓଟିଭି’ର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡ଼ି ବିରୋଧରେ ବହୁ ଗୁମର ଖୋଲିଛନ୍ତି କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ  ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର।୨୦୧୪ ସାଧାରଣ ନିର୍ବାଚନରେ ଆମ୍ବୁଲାନ୍ସରେ ପଠା ଯାଉଥିବା ବିଜେଡି ଟଙ୍କାକୁ ଧରିବାରୁ ନବୀନ ପଟ୍ଟନାୟକଙ୍କ ସରକାର କ୍ଷୁବ୍ଧ  ହୋଇଥିଲେ।ମୁଁ ଭାବୁଛି ସରକାରଙ୍କ ସହ ମନୋମାଳିନ୍ୟର ଏକ କାରଣ ଥିଲା।”

ସେ କହିଛନ୍ତି-“ସାରଦା ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ସିବିଆଇ ତଦନ୍ତକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ବିରୋଧ କରିଥିଲେ। ଏପରିକି ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମହାଦୁର୍ନୀତିର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ହେଉ, ତା’ ମଧ୍ୟ ସରକାର ଚାହୁଁନଥିଲେ। ଚିଟ୍‌ଫଣ୍ଡ ମାମଲାରେ ମୁଁ ମନି ଲଣ୍ଡରିଂ ଆକ୍ଟ  ଲଗାଇବାକୁ କହିଥିଲି। ମନି ଲଣ୍ଡରିଂ ଆକ୍ଟ ଲାଗିଥିଲେ ଇଡି ତାହାର ତଦନ୍ତ କରିଥାନ୍ତା। ମୋର ଏ ସୁପାରିସ ନେଇ ସେମାନେ କ୍ଷୁବ୍ଧ ଥିଲେ। ପରେ ପରେ ମୁଁ ଡିଜିପି ପଦରୁ ବିଦାୟ  ନେଲି।”

ପଢନ୍ତୁ: କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

Related posts

କଂଗ୍ରେସ ରୋଡ ଶୋ’ରେ ଶୁଭିଲା ମୋଦୀଙ୍କର ଜୟକାର: କଂଗ୍ରେସ ଓ ବିଜେପି କର୍ମୀ ମୁହାଁ ମୁହିଁ

Ratnamani Moharana

କଂଗ୍ରେସର ୬୮୭ଟି ପେଜକୁ ଡ଼ିଲିଟ କଲା ଫେସବୁକ

Ratnamani Moharana

ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟ ପାତ୍ର

Ratnamani Moharana

1 comment

Leave a Comment