• Home
  • News
  • ପରଲୋକରେ ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ
News

ପରଲୋକରେ ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ

ପରଲୋକରେ ଚନ୍ଦ୍ରଭାନୁ

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ଭୁବନେଶ୍ୱର ବାପୁଜୀନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଚନ୍ଦ୍ରଭାନୁଙ୍କ ବାପୁଜୀନଗର ସ୍ଥିତ ବାସଭବନରେ ବହୁ ପ୍ରମୁଖ ବ୍ୟକ୍ତି, ରାଜନେତା, ସାମ୍ବାଦିକ ଏବଂ ସାହିତ୍ୟିକ ତାଙ୍କର ଶେଷ ଦର୍ଶନ କରିଥିଲେ । ଚନ୍ଦ୍ରଭାନୁ ପଟ୍ଟନାୟକ ପଢ଼ା ଶୁଣା କରିଥିବା ଉଚ୍ଚ ଶିକ୍ଷିତଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ଅଧ୍ୟାପନା ଛାଡି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରି ନେଇଥିଲେ। ୧୯୮୪ରେ ସମ୍ବାଦ ଖବରକାଗଜରୁ ସେ ସାମ୍ବାଦିକତା ଆରମ୍ଭ କରିଥିଲେ ।

ରାଜନୈତିକ ସମୀକ୍ଷକ, ସ୍ତମ୍ଭକାର ଭାବେ ଓଡ଼ିଶା ସାମ୍ବାଦିକତାରେ ଥିଲା ଚନ୍ଦ୍ରଭାନୁଙ୍କ ସ୍ୱତନ୍ତ୍ର ପରିଚୟ । ଓଡ଼ିଆ ଦୈନିକ ଖବରକାଗଜ ସମ୍ବାଦରୁ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ଚନ୍ଦ୍ରଭାନୁ ଶତାବ୍ଦୀର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ଦୈନିକ ଖବରକାଗଜ ସମୟ ଓ ସମାଜର ମଧ୍ୟ ସଂପାଦକ ଥିଲେ।  ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ସଂସ୍କୃତି, ଲୋକକଳା, ପରମ୍ପରା ଓ ଭାଷାକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ ଜାରି ରଖିଥିଲେ। ଚନ୍ଦ୍ରଭାନୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାଇ ଖେଳିଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ଚନ୍ଦ୍ରଭାନୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ପରଲୋକରେ ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ chandrabhanu

ପଢନ୍ତୁ ;

ବରିଷ୍ଠ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ

Related posts

ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ରଙ୍କ ନୋଟିସ: ରସଗୋଲାର ଜିଆଇ ମାନ୍ୟତା ପ୍ରତ୍ୟାହାର କରାଯିବନି କାହିଁକି?

Krishna Kumar Manoj

ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

Krishna Kumar Manoj

ମାଛରୁ କ୍ୟାନସର! ଓଡ଼ିଶାକୁ ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ଲାଗିପାରେ କଟକଣା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More