News

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ

By Jitendra

August 12, 2018

ମିଶ୍ରଣ ପର୍ବରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

ଭୁବନେଶ୍ବର: ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ସତ୍ୟପ୍ରକାଶ ନାୟକ । ଆଜି ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପହଂଚିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ବିଧିବଦ୍ଧ ଭାବେ ସ୍ୱାଗତ କରିଥିଲେ କଂଗ୍ରେସ କାର୍ୟ୍ୟାଳୟରେ ।ସତ୍ୟ ପ୍ରକାଶ କହିଛନ୍ତି କଂଗ୍ରେସ ଦଳରେ ଯୋଗଦେଇ ମୁଁ ଗର୍ବ ଅନୁଭବ କରୁଛି। ବିରାଦରି ନୁହଁ ବିଚାରର ହେବ ରାଜନୀତି । ଦୁର୍ନୀତି ଯୋଗୁଁ ଓଡିଶାର ବିକାଶ ହୋଇପାରୁନାହିଁ । ବିକାଶ ନାମରେ ବିଜେଡି ଓ ବିଜେପି ପ୍ରବଞ୍ଚନା କରୁଛନ୍ତି। ଲୋକମାନଙ୍କୁ ଭୂତାଇ ଚାଲିଥିବା ଏହି ଦୁଇ ଦଳର ଅସଲ ରୂପ ପର୍ଦ୍ଦାଫାଶ କରାଯିବ ବୋଲି ସତ୍ୟ ପ୍ରକାଶ କହିଥିଲେ।