News

ଜଣା ଶୁଣା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ

ଜଣା ଶୁଣା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ

ଜଣା ଶୁଣା ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ ହେଇଛନ୍ତି । ତାଙ୍କୁ ଛତିଶଗଡ଼ ପୋଲିସ ଗାଜିଆବାଦର ଇନ୍ଦରପୁର ଇଲାକା ସ୍ଥିତ ଘରୁ ଗିରଫ କରିଛି। ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ରାୟପୁର ପୋଲିସ ତାଙ୍କୁ ଗାଜିଆବାଦ କୋର୍ଟରେ ହାଜର କରିଛି । ବର୍ମାଙ୍କ ବିରୋଧରେ ଛତିଶଗଡ଼ରେ ଧାରା ୩୮୪ ଓ ଧାରା ୫୦୬ରେ ଧମକ ଚମକ ଦେବା ନେଇ ମାମଲା ରୁଜୁ ହୋଇଛି।

ବିନୋଦ ବର୍ମା ଜଣେ ବରିଷ୍ଠ ସାମ୍ବାଦିକ ଏବଂ ବିବିସି ପାଇଁ କାମ କରିଛନ୍ତି। ବର୍ତ୍ତମାନ ସେ ଛତିଶଗଡ଼ କଂଗ୍ରେସର ସଦସ୍ୟ ଅଟନ୍ତି।

ନିଜର ଗିରଫଦାରି ପରେ ବିନୋଦ ବର୍ମା ମିଡିଆକୁ କହିଛନ୍ତି ଯେ ଛରିଶଗଡ଼ ସରକାର ତାଙ୍କ ଉପରେ ଖୁସି ନାହାନ୍ତି ।ତାଙ୍କ ପାଖରେ ଛରିଶଗଡ଼ ସରକାରଙ୍କ ମନ୍ତ୍ରୀ ରାଜେଶ ମୁନତଙ୍କ  ଅଶ୍ଲୀଳ ସିଡି ରହିଛି। ଏଥିପାଇଁ  ସରକାର ତାଙ୍କୁ ମିଛ କେସରେ ଫସାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସିଡି ପ୍ରଥମରୁ ହିଁ ପବ୍ଲିକ ଡୋମେନରେ ରହିଛି ଏବଂ ଏଥରେ ତାଙ୍କର କୌଣସି ସଂପର୍କ ନାହିଁ।

ଅନ୍ୟ ପଟେ ଛତିଶଗଡ଼ର ଗୃହ ନିର୍ମାଣ ମନ୍ତ୍ରୀ ରାଜେଶ ମୁନତ ବିନୋଦଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୁନତ ପ୍ରେସ କନଫରେନ୍ସ କରି କହିଛନ୍ତି ଯେ ସୋସିଆଲ ମିଡିଆ ଜରିଆରେ ସିଡି ବିଷୟରେ ଜାଣିବାକୁ ମିଳିଛି ଏବଂ ସିଡି ସଂପୂର୍ଣ୍ଣ  ଭାବେ ନକଲି। ମନ୍ତ୍ରୀ କହିଛନ୍ତି ଯେଉଁ ଏଜେନ୍ସିରେ ସିଡିକୁ ଯାଞ୍ଚ କରନ୍ତୁ, ସେଥିପାଇଁ ସେ ସର୍ବଦା ପ୍ରସ୍ତୁତ ଅଛନ୍ତି।

ଏହି ମାମଲାରେ ପ୍ରଥମେ ଏକ ସିଡି ଦୋକାନ ଉପରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ  ୧୦୦୦ ସିଡି କପି ସହ ଭିଡିଓ  ଜବତ କରାଯାଇଥିଲା।

ଜଣା ଶୁଣା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ

ପଢନ୍ତୁ, ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

Related posts

ଦକ୍ଷିଣ ଚୀନ ସାଗରରେ ବାତ୍ୟା “ପାବୁକ”,ଓଡିଶାକୁ ବିପଦ ନାହିଁ

ENO Beuro

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ENO Beuro

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଇଚଇ: ଦର୍ଶକଙ୍କ କାନ କାମୁଡିଦେଲେ ଆଇଟମ ଗାର୍ଲ

ENO Beuro

Leave a Comment