News

କୋର୍ଟରୁ ଖସିଗଲା ସିରିଏଲ୍ କିଲର ! ୩ ପୁଲିସ ନିଲମ୍ବିତ

ଦୁଇ ଭାଇ , ମାଉସୀ ଓ ପୁତୁରା ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ

କୋର୍ଟ ପରିସରରୁ ଚମ୍ପଟ୍ ମାରିଲା ସିରିଏଲ୍ କିଲର । ଅନୁଗୁଳ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରୁ ଫେରାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ରାଉତ । ହତ୍ୟା ମାମଲାରେ କୋର୍ଟରେ ହାଜର ହେବା ପରେ ଝସକେତନ ପୋଲିସକୁ ଚକମା ଦେଇ ଫେରାର ହୋଇଛି । ଶୁଣାଣି ପରେ ଝସକେତନ ଏକ ପାଇଖାନା ଘର ଭିତରକୁ ଯାଇଥିବା ବେଳେ ସେଠାରୁ ଆଜବେଷ୍ଟସ୍ ତାଡି ଫେରାର ହୋଇଯାଇଛି ।

ସେ ପରିସ୍ରାଗାର ଯିବା ପୂର୍ବରୁ ପୋଲିସ ପାଖରୁ ମୋବାଇଲ୍‌ ମାଗିଆଣି କଥା ହେଉଥିଲେ । ଖସି ପଳାଇବା ପରେ ମୋବାଇଲ୍‌ଟିକୁ କାଣ୍ଡସର ନିକଟରେ ଫିଙ୍ଗି ଦେଇଥିବା ଖବର ମିଳିଛି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୨ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ଜିଲ୍ଲା ଏସପି ମିତ୍ରଭାନୁ ମହାପାତ୍ର ନିଲମ୍ବନ କରିଛନ୍ତି ।

ଅନୁଗୁଳ ଜରପଡା ଥାନା କୁଶକିଳା ଗାଁର ଝସକେତନ ୨୦୧୬ ଫେବୃଆରୀ ମାସରେ ଦୁଇ ସମ୍ପର୍କୀୟ ଭାଇଙ୍କୁ ମାରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଗାତ ଖୋଳି ପୋତି ଦେଇଥିଲା । ଏହା ସହ ୨୦୧୫ ଅଗଷ୍ଟ ମାସରେ କୁକୁରପେଟା ଅଂଚଳର ଅବଳା ଗଡନାୟକ ଓ କୁମୁଦ ଗଡନାୟକଙ୍କୁ ମଧ୍ୟ ହତ୍ୟା କରି ପୋତି ଦେଇଥିଲା । ତେବେ ଖୋଳତାଡ ପରେ ପୋଲିସ ଆଗରେ ସତ ମାନି ଯାଇଥିଲା ଝସକେତନ ।

ପୋଲିସ ଗାତ ଖୋଳି ମୃତଦେହ ଜବତ କରିବା ସହ ଝସକେତନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ବେଶ୍ ଚର୍ଚ୍ଚା ହୋଇଥିଲା । ଏଭଳି ଜଣେ ଅପରାଧୀ ଫେରାର ହେବା ପରେ କୋର୍ଟ ପରିସରରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଘଟଣା ପରେ ଅନୁଗୁଳ ଏସପି ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

ପଢନ୍ତୁ ;

ଦିଲୀପ ତିର୍କୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

କେନାଲକୁ ଖସିଲା ସ୍କୁଲ ଭ୍ୟାନ୍,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ENO Beuro

ତିନି ଦିନ ବର୍ଷା ନାହିଁ, ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ

Ratnamani Moharana

ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

Ratnamani Moharana

1 comment

Leave a Comment