POLITICALS

ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

Niranjan Pujari

ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି। ଏନେଇ ମନ୍ତ୍ରୀଙ୍କ ବିରୋଧରେ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି।

ଗତ ୨୨ ତାରିଖ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ରଖିଥିଲେ ନିରଞ୍ଜନ ପୂଜାରୀ। ରାଜ୍ୟରେ ୨୦୦୬ ପରେ କୌଣସି ମଦ ଦୋକାନ ଖୋଲି ନ ଥିବା ସେ ଗୃହରେ କହିଥିଲେ। ତେବେ ଏହି ତଥ୍ୟକୁ ନେଇ ଆପତ୍ତି ଉଠାଇବା ସହ ଏହା ଭୁଲ ବୋଲି ଜୟନାରାୟଣ ଦର୍ଶାଇଛନ୍ତି। ଏହି ଘଟଣା ସ୍ୱାଧୀକାର କମିଟିକୁ ଗଲେ କେତେ ଦୋକାନ ରାଜ୍ୟର କେଉଁଠି ଖୋଲିଛି ପ୍ରମାଣ ଦେବେ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିକ୍ରିୟା ମିଳିପାରିନି। ସେହିପରି ଆଜି ଶୂନ୍ୟକାଳରେ ଉଠିଛି ସରକାରୀ ଓ ବେସରକାରୀ ଉଦ୍ୟୋଗରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗ । ସ୍ଥାନୀୟ ଯୁବକଙ୍କୁ ୭୫ ପ୍ରତିଶତ ନିଯୁକ୍ତି ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ପଢନ୍ତୁ: ବିଧାନସଭାରେ ଉଠିଲା କଲେଜ, ୟୁନିଭର୍ସିଟିରେ ମୋବାଇଲ ମନା ପ୍ରସଙ୍ଗ

Related posts

ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ରୁଜୁ କଲା ମାମଲା

Ratnamani Moharana

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଲଙ୍କାକାଣ୍ଡ

Ratnamani Moharana

Leave a Comment