ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଚାରିରୁ ପାଞ୍ଚ ମାସ ଧରି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳିର ଯେଉଁ ନିଆଁ ଘରର ଚାରିକାନ୍ଥ ଭିତରେ କୁହୁଳୁଥିଲା, ଆଜି ତାହା ବ୍ୟାପିଯାଇଛି ଚାରିଆଡ଼େ । ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢ଼ିଛି ପ୍ଲେବ୍ୟାକ ସିଙ୍ଗର୍ ହ୍ୟୁମାନଙ୍କ ଅଡୁଆ ।
ଚାରିରୁ ପାଞ୍ଚ ମାସ ଧରି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳିର ଯେଉଁ ନିଆଁ ଘରର ଚାରିକାନ୍ଥ ଭିତରେ କୁହୁଳୁଥିଲା, ଆଜି ତାହା ବ୍ୟାପିଯାଇଛି ଚାରିଆଡ଼େ । ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢ଼ିଛି ପ୍ଲେବ୍ୟାକ ସିଙ୍ଗର୍ ହ୍ୟୁମାନଙ୍କ ଅଡୁଆ । କଟକ ମହିଳା ଥାନାରେ ପତ୍ନୀ ଶ୍ରୀୟା ମିଶ୍ରଙ୍କ ଅଭିଯୋଗର ଦିନକ ମଧ୍ୟରେ ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ । କେବଳ ହ୍ୟୁମାନ ନୁହଁନ୍ତି, ତାଙ୍କ ପତ୍ନୀ ବି ପହଞ୍ଚିଥିଲେ ଥାନାରେ।
ସମନ ଅନୁଯାୟୀ, ଆଜି ଉଭୟେ ମହିଳା ଥାନାରେ ହାଜର ହେବା ସହ ନିଜ ନିଜର ପକ୍ଷ ରଖିଥିଲେ । ଆଉ ଗଣମାଧ୍ୟମ ଆଗରେ ପରସ୍ପର ବିରୋଧରେ ଗୋହି ଖୋଳିଥିଲେ । ସାଂଘାତିକ ଅଭିଯୋଗ ଆଣି ଶ୍ରୀୟାଙ୍କ ଓକିଲ କହିଛନ୍ତି,ହ୍ୟୁମା ଶ୍ରୀୟାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ । ଏପରିକି ବିବାହ ପରେ ହ୍ୟୁମାନ ଯୌତୁକ ମାଗିବା ସହ ଶ୍ରୀୟାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ।ଥାନାରୁ ବାହାରିବା ପରେ ହ୍ୟୁମାନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ଧର୍ମ ପରିବର୍ତ୍ତନ ପାଇଁ ଆଦୌ ଚାପ ପକାଇନି । ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି, ଯୌତୁକ କାହିଁକି ମାଗିବି ।
ହ୍ୟୁମାନ ସାଗରଙ୍କ ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ସେ କହିଛନ୍ତି, ୪ ମାସ ହେବ ହ୍ୟୁମାନ ଓ ଶ୍ରୀୟା ଅଲଗା ରହୁଛନ୍ତି । ମଦ ପିଇ ଝିଅକୁ ମାରଧର କରୁଥିଲେ ହ୍ୟୁମାନ । ମାଡ଼ ମାରିବା ସହ ବାରମ୍ବାର ଟଙ୍କା ମାଗୁଥିଲେ । ଅତ୍ୟାଚାର ସହି ନପାରି ଝିଅ ଘରକୁ ଚାଲିଆସିଲା । ଆପୋସ ସମାଧାନ କରିବାକୁ ଡର ଲାଗୁଛି । ହ୍ୟୁମାନଙ୍କ ମାଆ ମଧ୍ୟ ଝିଅକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।ଆହୁରି କହିଛନ୍ତି, ହ୍ୟୁମାନଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି । ଏବେ ପ୍ରଶ୍ନ ଉଠୁଛି ତାଙ୍କ ସହ ସମ୍ପର୍କରେ ଥିବା ଯୁବତୀ କିଏ ?
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।