Loading...

ଇମ୍ରାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ଏପ୍ରିଲ ୯ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାଁ

ଇମ୍ରାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ଏପ୍ରିଲ ୯ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୯ ତାରିଖ ଦିନ ୧୦ଟାରେ ଅନାସ୍ଥା ଭୋଟିଂ ହେବ।  ସଂସଦ ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କଲେ ପାକିସ୍ତାନ ସୁପ୍ରିମକୋର୍ଟ। ପୁନଃ ନିର୍ବାଚନ ନିଷ୍ପତ୍ତିକୁ ମଧ୍ୟ ଖାରଜ କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ଇମ୍ରାନ ଖାନ୍‌ଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ସଂସଦ ଭଙ୍ଗ ପାଇଁ ଇମ୍ରାନ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ ନାହିଁ ବୋଲି କୁହାଯାଇଛି । ଇମ୍ରାନ ଖାନ୍ ସମ୍ବିଧାନ ମାନିବାକୁ ବାଧ୍ୟ ବୋଲି ପାକ୍ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ସରକାର ବିରୋଧରେ ଆସିଥିବା ନୋ କନ୍‌ଫିଡେନ୍ସ ମୋସନ୍, ବିରୋଧୀ ରାଷ୍ଟ୍ରର ପ୍ରାୟୋଜିତ କହି ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିଦେଇଥିଲେ । ଯାହା ପରଠାରୁ ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍‌ ଖାନ୍‌ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍‌ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।

ସୂଚନା ଅନୁସାରେ, ସରକାର ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ର ପ୍ରମାଣ କରିବା ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ ଏହାସହ ସୁପ୍ରିମକୋର୍ଟ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ବୈଠକର ସବିଶେଷ ତଥ୍ୟ ମଧ୍ୟ ମାଗିଥିଲେ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି ।  ସୁପ୍ରିମକୋର୍ଟଙ୍କ ରାୟ ପରେ ଇମ୍ରାନଙ୍କ ବିରୋଧୀମାନେ ଲାହୋର ରାସ୍ତାରେ ଆସି ଉତ୍ସବ ପାଳନ କରିଛନ୍ତି । ୪ ଦିନ ଧରି ଲଗାତାର ଶୁଣାଣି ପରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ସେପଟେ ଅନ୍ୟ ଏକ ଘଟଣାକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ବୋଲି କିଛି ପାକ୍ ଗଣମାଧ୍ୟମରେ ଖବରପ୍ରକାଶ ପାଇଛି । ଇମ୍ରାନ୍ ଖାନ୍ ଦେଶକୁ ପୁରା ତଳିତଳାନ୍ତ କରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.