LIFESTYLE

କେଉଁ ପାନୀୟ ଦ୍ରବ୍ୟ କିଡ଼ନୀ ସମସ୍ୟା ଦୂର କରିଥାଏ ଜାଣନ୍ତୁ ?

ମଣିଷ ଶରୀର କିଡ଼ନୀ ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ । କିଡ଼୍‌ନୀ ଶରୀର ସମସ୍ତ ବର୍ଜ୍ୟବସ୍ତୁ ଛାଣି ବାହାର କରିଥାଏ । ଖରାପ ଖାଦ୍ୟ ଓ ବିଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ କିଡ଼୍‌ନୀ ଖରାପ ହେବାର ସମ୍ଭାବନା ଥାଏ । କିଡ଼ନୀରେ ସମସ୍ୟା ଆସିଲେ ମଣିଷ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାଏ । ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍ୟୁବେଦ ଡକ୍ଟର ଆର୍‌ ଏସ୍‌ ଚୁଲେଟ୍‌ କୁହନ୍ତି କିଡ଼୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଆଣ୍ଟିଅକ୍ସିଡାଣ୍ଟସ୍‌ ଥିବା ତରଳ ପଦାର୍ଥ ପିଇବା ଉଚିତ । ଏହି ୭ ଟି ପାନୀୟ ଦ୍ରବ୍ୟ ଅଛି ଯାହାକୁ ପିଇଲେ କିଡ଼୍‌ନୀରେ ଥିବା ସମସ୍ୟା ଦୂର ହୋଇଥାଏ ।

କିଡ଼ନୀ ସମସ୍ୟା ଦୂର ପାଇଁ ଏହି ୭ ଟି ପାନୀୟ ଦ୍ରବ୍ୟ ପିଅନ୍ତୁ:-

  • ହଳଦୀ ପାଣି :- ଏଥିରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ଭରପୂର ମାତ୍ରାରେ ରହିଛି । ଏହା ଦ୍ୱାରା କିଡ଼ନୀରେ ଷ୍ଟୋନ୍‌ ହୋଇ ନ ଥାଏ ।
  • ପଇଡ଼ ପାଣି :-  କିଡ଼ନୀରେ ବାରମ୍ବାର ଷ୍ଟୋନ୍‌ ହେଉଥିଲେ ପଇଡ଼ ପାଣିରେଥିବା ହଲେକ୍ଟ୍ରୋଲାଇଟସ୍‌ ରକ୍ଷା କରିଥାଏ ।
  • ବ୍ଲାକ୍‌ ଟି :- ଏଥିରେ ଥିବା ଅକ୍ସୋଲେଟସ୍‌ କିଡ଼ନୀ ସମସ୍ୟାରୁ ବଞ୍ଚାଇଥାଏ ।
  • ଲେମ୍ବୁ ପାଣି :- ଲେମ୍ବୁରେ ଥିବା ସାଇଟ୍ରିକ୍‌ ଏସିଡ଼୍‌ କିଡ଼ନୀରେ ଷ୍ଟୋନ୍‌ ହେବାର ସମ୍ଭାବନାକୁ ଦୂର କରିଥାଏ ।
  • କାକୁଡ଼ି ରସ :- କାକୁଡ଼ି ରସ ପିଇଲେ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହାର କରିଥାଏ । ଏହା ସହିତ କିଡ଼୍‌ନୀରେ ପଥର ହେବା ସମସ୍ୟା ଦୂର କରେ ।
  • ଛାଛ୍‌ :- ଛାଛ୍‌ରେ ଥିବା ପ୍ରୋବାୟୋଟିକ୍‌ ବ୍ୟାକ୍ଟେରିଆ କିଡ଼ନୀ ସଞ୍ଚାଳନରେ ସାହାଯ୍ୟ କରିଥାଏ ।
  • ତୁଳସୀ ପତ୍ର ଚା’ :- ଏଥିରେ ଥିବା ଫାଇଟୋ କେମିକାଲ୍‌ ପରିସ୍ରାରେ ଥିବା ସମସ୍ୟାକୁ ଦୂର କରିଥାଏ ।

    ପଢନ୍ତୁ ;

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

Related posts

ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଶୀତଦିନେ ଖାଆନ୍ତୁ ମାଛ, ମିଳିବ ଅନେକ ଫାଇଦା

ENO Beuro

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

ENO Beuro

1 comment

Leave a Comment