LIFESTYLE

ପାର୍ଟିରେ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ନଜର ପକାନ୍ତୁ ଏହି ୭ଟି ଟିପ୍ସ ଉପରେ

ଦୈନନ୍ଦିନ ଜୀବନରେ ଆମକୁ ବିଭିନ୍ନ ପାର୍ଟିକୁ ଯିବାକୁ ପଡିଥାଏ । ପାର୍ଟିରେ ଆମକୁ ସବୁଠୁ ସୁନ୍ଦର ମଧ୍ୟ ଦିଶିବାର ଅଛି, ଏବଂ କମ ସମୟ ମଧ୍ୟରେ ମେକଅପ ନେଇ ଭଲ ଦେଖାଯିବାର ଅଛି ତ’କିଛି ସଧାରଣ ଟିପ୍ସ ଉପରେ ନଜର ପକାଇବା ଦରକାର । ୭ଟି ଏମିତି ଟିପ୍ସ ଉପରେ ନଜର ପକାଇବା ଯାହାକୁ ବ୍ୟବହାର କରି ଆମେ ପାର୍ଟିରେ ସମସ୍ତଙ୍କ ଠାରୁ ସୁନ୍ଦର ଦେଖାଯାଇପାରିବା ।

ଆସନ୍ତୁ ଜାଣିବା ଏହି ଟିପ୍ସ  ସମ୍ପର୍କରେ –

  • ନେଚୁରାଲ ଲୁକ ପାଇଁ ଆଖିରେ ଲଗାନ୍ତୁ କଂସିଲର । ଏହି କଂସିଲରକୁ ଆପଣ ଦୁଇପ୍ରକାରରେ ଲଗାଇପାରିବେ । ହାଲକା କଂସିଲରକୁ ଆଖିର ପାଖରେ ଏବଂ ଗାଢ କଂସିଲରକୁ ମୁହଁର ଅଲଗା ଯାଗାରେ ଲଗାଇପାରିବା । ଏହା ପ୍ରଥମରୁ କଲାପରେ ମୁହଁରେ ବାକି ସବୁ ମେକଅପ ଲଗାଇପାରିବା ।
  • ଓଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଯେଉଁ କଲରର ଲିପଷ୍ଟିକ୍ ଆମେ ଓଠରେ ଲଗାଇବା ସେହି କଲରର ଲିପ ଲାଇନର ମଧ୍ୟ ଲଗାଇବା ଜରୁରୀ ଅଟେ,ଏହା କରିବା ଦ୍ୱାରା ଓଠ ବହୁତ ଆକର୍ଷଣୀୟ ଲାଗିବା ସହିତ ଲିପଷ୍ଟିକ୍ ବହୁତ ସମୟ ଧରି ଓଠରେ ରହିଥାଏ ।
  • ଆପଣଙ୍କ ତ୍ୱଚାର ଚମକ ଏବଂ ଆପଣ ସୁନ୍ଦର ଦେଖାଯିବାପାଇଁ ଚାହୁଁଥିଲେ ପ୍ରଥମେ ଓଠର ମେକଅପ ଉପରେ ଧ୍ୟାନ ଦିଆଯିବା ବହୁତ ଜରୁରୀ ଅଟେ । ଓଠରେ ଗାଢରଙ୍ଗର ଲିପଷ୍ଟିକ୍ ଲଗାଇବା ସହିତ ମୁହଁରେ ହାଲକା ମେକଅପ ନିଅନ୍ତୁ
  • ଆଖିକୁ କୁହାଯାଏ ଚେହେରାର ଆଇନା, ମୁହଁର ସୈାନ୍ଦର୍ଯ୍ୟ ଖାସ୍ କରି ନିର୍ଭର କରିଥାଏ ଆଖିର ମେକଅପ ଉପରେ । ଆଖିରେ ମେକଅପ କରିବା ପୂର୍ବରୁ ପ୍ରଥମେ ଲାଇଟ କଲରର ଫାଉଣ୍ଡସେନରେ ଏକ ବେଶ ତିଆରି କରିବାକୁ ପଡିଥାଏ।
  • କେଶର ଉପଯୁକ୍ତ ବିନ୍ୟାସ କରିବା ବହୁତ ଜରୁରୀ ଅଟେ । କେଶକୁ ଆମେ ବିଭିନ୍ନ ପ୍ରକାରରେ ସଜାଇପାରିବା ତା’ପାଇଁ କେଶ ଭଲ ହେବା ଦରକାର ରୁକ୍ଷ କେଶରେ କିଛି ବି କରିବା ସମ୍ଭବ ନୁହଁ । କିଛି ଫେସ୍ କ୍ରିମ ଯଦି ଆମେ କେଶରେ ଲଗାଇବା ତ କେଶ ଚମକିବା ସହିତ କେଶର ରୁକ୍ଷତା ମଧ୍ୟ ଦୂର ହୋଇଥାଏ।
  • ରୁକ୍ଷ କେଶ ପାଇଁ ସିରମ ଏବଂ ଜେଲ ମଧ୍ୟ ଆମେ ବ୍ୟବହାର କରିପାରିବା, ଏହାଦ୍ୱାରା ଚୁଟି ସେଟ୍ ହେବା ସହିତ, ଆମେ ଚୁଟିକୁ ଛାଡି ପାରିବା ଏବଂ ବିଭିନ୍ନ ଧରଣର ଷ୍ଟାଇଲ୍ ମଧ୍ୟ ଚୁଟିରେ କରିପାରିବା,ଯାହାକି ଆମର ସୈାନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।
  • କୈାଣସି ପାର୍ଟିକୁ ଯିବାର ଥିଲେ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ଶୀଘ୍ର ଶୀଘ୍ର ପୋଷାକ ବାଛିନେବା ଜରୁରୀ ଅଟେ । ପ୍ରଥମେ ପୋଷାକ ବାଛିନେଇ ତାପରେ ମେକଅପ କରିବା ଉଚିତ ।

ପଢନ୍ତୁ ;

ଜାଣନ୍ତୁ କେମିତି କଟିବ ଆଜିର ଦିନ

Related posts

ଆପଣ ଜାଣନ୍ତି କି? ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ENO Beuro

ଆଙ୍ଗୁଳିର କଳାପଣ ଦୂରକରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

Leave a Comment