News

କାନାଡା ଟରୋଣ୍ଟୋରେ ଗୁଳିକାଣ୍ଡ, ୨ ମୃତ ୧୩ରୁ ଅଧିକ ଆହତ

କାନାଡାର ଟୋରୋଣ୍ଟୋ ସହରର ଗ୍ରୀକ୍‌ଟାଉନ୍ ଅଞ୍ଚଳରେ ରବିବାର ରାତିରେ ଏକ ରେଷ୍ଟୁରାଣ୍ଟ୍‌ ବାହାରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଅଛି। ତା ଅବସ୍ଥା ସଙ୍କଟାପନ୍ନ ଅଛି।

ଟରୋଣ୍ଟୋ ପାରାମେଡିକ୍‌ସ୍‌ ସର୍ଭିସ କହିଛି କି, ସେମାନେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା କରିଛନ୍ତି। ପରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆ ଯାଇଛି। ସେଠାକାର ସମୟ ରାତି ପ୍ରାୟ ୧୦ଟା ବେଳେ ଡାନ୍‌ଫୋର୍ଥର ଏକ ରେସ୍ତୋରାଁ ବାହାରେ ଗୁଳିକାଣ୍ଡ ଘଟିଥିଲା।

ସୂଚନାଯୋଗ୍ୟ,ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କର ବି ମୃତ୍ୟୁ ଘଟିଛି। ଏପରି ଗୁଳିମାଡ଼ କରିବା ପଛରେ ଦୁର୍ବୃତ୍ତଙ୍କର କ’ଣ ଉଦ୍ଦେଶ୍ୟ ଥିଲା ତାହା ଜଣାପଡ଼ିନି। ସେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ଏହି ଗୁଳିମାଡ଼ ସମ୍ପର୍କରେ କିଛି ତଥ୍ୟ ଥିଲେ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ପୁଲିସ୍‌ ଅନୁରୋଧ କରିଛି।

ପଢନ୍ତୁ; ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Related posts

କେନ୍ଦୁଝରର ଆନନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୪ମୃତ,୩ ଗୁରୁତର

ENO Beuro

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

ENO Beuro

ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More