EnewsOdia.Com

ଭୁବନେଶ୍ୱର ହୋଟେଲରେ ଦେହ ବ୍ୟବସାୟ

ରାଜଧାନୀରେ ଦେହ କାରବାର ଜୋରସୋରରେ ଚାଲିଛି । କୌଣସି ପରିସ୍ଥିତିରେ ଏହା ଉପରେ ରୋକ ଲାଗି ପାରୁନି । ସହରର କେବଳ ଗଳିକନ୍ଦରେ ନୁହଁ । ଜଳଗହଳିପୂର୍ଣ ଏରିୟାରେ ମଧ୍ୟ ଏହି କାରବାର ହେଉଛି । ଏଭଳି ଏକ ଘଟଣା ପୁଣି ଥରେ ନଜରକୁ ଆସିଛି । ଭୁବନେଶ୍ବର ଷ୍ଟେସନ ବଜାରର ସ୍ଥିତ ହୋଟେଲ ଆଶିର୍ବାଦରେ ଏହି କାରବାର ହେଉଥିବା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।ହୋଟେଲରେ ଦେହ ବେପାର କଥାକୁ ହୋଟେଲ କର୍ମଚାରୀ ସ୍ୱୀକାର କରିଥିବା ଜଣାପଡିଛି।

ଆଗକୁ ଆସୁଛି ନୂଆବର୍ଷ। ହୋଟେଲ୍‌ ଗୁଡ଼ିକରେ ଚାଲିଲାଣି ପ୍ରାକ ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଲାଗିଲାଣି ସୁନ୍ଦରୀ ତରୁଣୀଙ୍କ ଭିଡ଼! ରାଜ୍ୟ ବାହାରୁ ଆସୁଥିବା ଏହି ତରୁଣୀମାନଙ୍କୁ ହୋଟେଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ଅନିୟମିତତା କାମରେ ନିୟୋଜିତ କରୁଛନ୍ତି। ତେବେ ସୋମବାର ରାତିର ଦୃଶ୍ୟ ବି ଏମିତି କିଛି ଥିଲା । ହୋଟେର ୧୦୭ ନମ୍ବର ରୁମ ଭିତରେ ଉକ୍ତ ବଙ୍ଗୀୟ ଯୁବତୀଙ୍କ ଦେହ କାରବାରରେ ଲିପ୍ତ ଥିଲେ । ଗ୍ରାହକ କିଛି ସମୟ ଉକ୍ତ ବଙ୍ଗୀୟ ଯୁବତୀଙ୍କ ସହ କିଛି ସମୟ ଅତିବାହିତ କରି ସେଠାରୁ ବାହାରି ଯାଇଥିଲେ । ପରେ ହୋଟେଲ ମ୍ୟାନେଜର ଓ ଆଉ ଜଣେ ଯୁବକ ଉକ୍ତ ଯୁବତୀକୁ ଜୋରଜବରଦସ୍ତ କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଯୁବତୀକୁ ଭିଡା ଓଟରା କରି । ଯୁବତୀ ଜଣକ ପ୍ରାଣ ବିକଳରେ ହୋଟେଲରୁ ବାହାରି ନିକଟସ୍ଥ ଲକ୍ଷ୍ମୀ ଥାନାରେ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଅଟକ ରଖିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଏହି ଘଟଣା ପରେ ପୋଲିସ ହୋଟେଲରେ ପହଞ୍ଚି ଆରମ୍ଭ କରିଛି ଖାନ ତଲାସ । ହୋଟେଲରୁ ରୁମରୁ ଆପତ୍ତିଜନକ ସାମଗ୍ରୀ, ସିସି ଟିଭି ଫୁଟେଜ ଓ ହାଡ ଡିସ୍କକୁ ଜବତ କରିଛି । ସିସି ଟିଭି ଆଧାର କରି ଏଠାକୁ କେଉଁ କେଉଁ ଗ୍ରାହକ ଆସୁଥିଲେ । ତାର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ପୋଲିସ । ତେବେ ଏହି ହୋଟେଲରେ କେତେ ଦିନ ଧରି ଏହି ​ଦେହ କାରବାର ଚାଲୁଥିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ପଢନ୍ତୁ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ସମ୍ବନ୍ଧିତ ଖବର

‘ବୋଲୋ ତାରାରାରା’ ଗୀତ ଗାଇ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ

Ratnamani Maharana

ଶୀତରେ ଥରୁଛି ସାରା ଓଡ଼ିଶା

Ratnamani Maharana

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

Ratnamani Maharana

ବୃହସ୍ପତିର ରେକର୍ଡ ଭାଙ୍ଗିଲା ଶନି

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana