News

ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ

By Krishna Kumar Manoj

July 26, 2018

ଖାରବେଳନଗର ଥାନା ଅଞ୍ଚଳ ୟୁନିଟ-୩ରେ ଥିବା ‘ମେ ମିଲନ ହେୟାର ସ୍ପା’ରେ ସେକ୍ସ ର‍୍ୟାକେଟ୍‌ ଠାବ କରିଛି କୁଇନ ଆକ୍‌ସନ୍‌ ଟିମ୍‌। ସେଠାରେ ଚଢଊ କରି ପୁଲିସ ସ୍ପାର ମୁଖ୍ୟଙ୍କ ସହ ୫ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏଥିସହିତ ୩ ଦେହଜୀବୀ ଙ୍କୁ ଧରିଛି।

ସେମାନେ ହେଲେ ବିଜୟ କୁମାର ଠାକୁର (୩୧), ସୁମିତ୍ କୁମାର ପ୍ରଧାନ (୨୯), ଜଗବନ୍ଧୁ ନାୟକ (୨୪), ଗୌତମ ଗୋଚ୍ଛାୟତ(୨୦) ଓ ସନ୍ଦୀପ ଏକ୍କା(୨୪)। ଏହାଛଡ଼ା ସ୍ପାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ କାରବାର ଚାଲିଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି କୁଇକ୍ ଆକ୍‌ସନ୍‌ ଟିମ୍‌ ଓ ଖାରବେଳ ନଗର ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଚଢ଼ଉ କରାଯାଇଥିଲା।

ପଢନ୍ତୁ;ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ