News

ସେନାରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ!

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହରିଦ୍ୱାରର ବିଜେପି ସାଂସଦ ଡ.ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଡ. ଶେୟାସୀ ପୋଖରିଆଲ ନିଶଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଫୋଟରେ ରମେଶ ପୋଖରିୟାଲ ନିଶଙ୍କ ନିଜ ଝିଅର ୟୁନିର୍ଫମରେ ଷ୍ଟାର ଲଗାଉଛନ୍ତି ।

ରମଶେ ପୋଖରିୟାଲ ଫୋଟ ସେୟାର କରି କହିଛନ୍ତି କି ତାଙ୍କ ଝିଅ ଉତରାଖଣ୍ଡର ସୌନ୍ୟବାହୀନି ପରମ୍ପରାକୁ ବଜାୟ ରଖି ବିଧିବଦ୍ଧଭାବେ ସେନାରେ ଭର୍ତି ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ ରମେଶ ପୋଖରିୟାଲ କହିଛନ୍ତି ଯେ, ତାଙ୍କ ପରିବାରରୁ କେହି ସେନାରେ ନଥିଲେ। ସେ ଚାହୁଁଥିଲେ କି ତାଙ୍କ ପରିବାରରୁ କେହି ସେନାରେ ସାମିଲ ହୁଅନ୍ତୁ। ଶେଷରେ ତାଙ୍କ ଝିଅ ଶ୍ରେୟସୀ ସେନାରେ ସାମିଲ ହୋଇ ତାଙ୍କୁ ଗର୍ବ ଅନୁଭବ କରାଇଛନ୍ତି।

ସୂଚନା ଅନୁଯାୟୀ, ମରିସସର ଏକ ଅନ୍ତରାଷ୍ଟ୍ରୀୟ ମେଡିକାଲ ୟୁନିଭରସିଟିରେ ଶ୍ରେୟସୀଙ୍କୁ ଚାକିରୀ ମିଳିଥିଲା । କିନ୍ତୁ ଶ୍ରେୟସୀ ନିଜ ଦେଶରେ ହିଁ ଚାକିରୀ କରିବାର ନିଷ୍ପତ୍ତି ନେଇଥିଲେ। ନିଜ ପିଲା ଦିନରୁ ସେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ୨ବର୍ଷ ପୂର୍ବରୁ ମିଲିଟାରୀକୁ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଉ ଶେଷରେ ସେ ସଫଳତା ପାଇଛନ୍ତି।

ସେନାରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ! minisiter

ପଢନ୍ତୁ;  ଜୟଦେବ ବାଟିକା:ପ୍ରେମିକା ଓଢଣିରେ ଝୁଲି ପଡି ଆତ୍ମହତ୍ୟା କଲେ ପ୍ରେମିକ

Related posts

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

ENO Beuro

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

ENO Beuro

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More