EnewsOdia.Com

ଆଇସିୟୁରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ

ଗତ ଶନିବାର ମୁମ୍ବାଇ-ପୁନେ ଏକ୍ସପ୍ରେସ୍‌ୱେର ଖାଲାପୁର ଟୋଲ୍‌ ପ୍ଲାଜା ନିକଟରେ ଅପରାହ୍ନ ପ୍ରାୟ ୪ଟା ବେଳେଦୁର୍ଘଟଣାର ଶିକାର ହୋଇଥିବା ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ ଏବେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଅଛନ୍ତି। ଦୁର୍ଘଟଣାରେ ଶବାନାଙ୍କ ସହିତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।   ତାଙ୍କୁ ଦେଖିବାକୁ ସେଠାକୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ବହୁ ସେଲେବ୍ରିଟି ଯାଉଛନ୍ତି।

ଗତକାଲି ଅଭିନେତା ତଥା ଫିଲ୍ମ ନିର୍ମାତା ସତୀଶ କୌଶିକ ତାଙ୍କୁ ଦେଖିବାକୁ ଯାଇଥିଲେ।ହସ୍‌ପିଟାଲ୍‌ରେ ଶବାନାଙ୍କୁ ଦେଖି ଫେରିବା ପରେ ସତୀଶ କହିଛନ୍ତି, “ଶବାନା ଏବେ ଆଇସିୟୁରେ ଅଛନ୍ତି। ମୁଁ ତାଙ୍କୁ ଗତକାଲି ରାତି ୧୦ଟା ବେଳେ ଦେଖିବାକୁ ଯାଇଥିଲି। ହେଲେ ତାଙ୍କ ସହ କଥା ହୋଇପାରିଲି ନାହିଁ। ତାଙ୍କୁ ଆଖି ପାଖରେ ଆଘାତ ଲାଗିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଙ୍କ କଡ଼ା ନିରୀକ୍ଷଣରେ ରଖାଯିବ। ସେ ଶୀଘ୍ର ଠିକ୍‌ ହୋଇଯିବେ।’ ସୂଚନା ଅନୁଯାୟୀ, ଶବାନାଙ୍କ ବେକରେ ବି ଜୋରରେ ଆଘାତ ଲାଗିଛି। ସତୀଶଙ୍କ ବ୍ୟତୀତ ଶିବାନୀ ଡାଣ୍ଡେକର୍, ତବୁ ଓ ଅନୀଲ କପୁର୍‌ଙ୍କ ଭଳି ଆହୁରି କିଛି ସେଲେବ୍ରିଟି  ତାଙ୍କୁ ଦେଖିବାପାଇଁ ହସ୍ପିଟାଲ୍‌ ଯାଇଥିଲେ। ବର୍ତ୍ତମାନ ହସ୍ପିଟାଲ୍‌ରେ ଶବାନାଙ୍କ ସହିତ ତାଙ୍କ ସ୍ୱାମୀ ତଥା ପ୍ରଖ୍ୟାତ ଗୀତିକାର ଓ କବି ଜାଭେଦ ଅଖତର ଅଛନ୍ତି। ଜାଭେଦଙ୍କ ପୁଅ ଫରହାନ୍‌ ବି ଡାକ୍ତରଖାନାରେ ଅଛନ୍ତି।

ପଢନ୍ତୁ: ଫେବୃଆରୀରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ସମ୍ବନ୍ଧିତ ଖବର

କିଙ୍ଗ୍ ନୁହେଁ କିଙ୍ଗମେକର୍ ହେବେ ସୁପର ଷ୍ଟାର ରଜନୀକାନ୍ତ

Ratnamani Maharana

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କେରଳ ମୁଖ୍ୟମନ୍ତ୍ରୀ

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ଖାଲି ପତ୍ନୀଙ୍କ ସହିତ ନୁହେଁ ଝିଅ ଜ୍ୱାଇଁଙ୍କ ସହିତ ଭାରତ ଆସୁଛନ୍ତି ଟ୍ରମ୍ଫ

Ratnamani Maharana

ଡେଥ୍‌ ଓ୍ୱାରେଣ୍ଟ ଉପରେ ରୋକ୍‌ ଲଗାଇବା ପାଇଁ ମନା କଲେ ପଟିଆଲା ହାଉସ କୋର୍ଟ

Ratnamani Maharana