29.2 C
Bhubaneswar
May 17, 2021
EnewsOdia.Com
ଦେଶ ବିଦେଶ ମନୋରଞ୍ଜନ

ମୋଗାମ୍ବୋ ଚରିତ୍ରରେ ନଜର ଆସିବେ ଶାହରୁଖ ଖାନ

୧୯୮୭ରେ ଶେଖର କପୁର ନିର୍ଦେଶିତ ଓ ବୋନି କପୁର ପ୍ରଯୋଜିତ ‘ମିଷ୍ଟର ଇଣ୍ଡିଆ’ ସେସମୟର ଅନ୍ୟତମ ସୁପରହିଟ୍ ଚଳଚ୍ଚିତ୍ର ଥିଲା।  ୩୩ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି ମିଷ୍ଟର ଇଣ୍ଡିଆ । ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଏହି ଚରିତ୍ରକୁ ନେଇ ଆଉ ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଫିଲ୍ମ ପାଇଁ ସ୍କ୍ରିପଟିଂ କାମ ଆରମ୍ଭ ହୋଇ ଗଲାଣି । ତେବେ ଏହି ଫିଲ୍ମରେ ରଣବୀର ସିଂ ଓ ଶାହାରୁଖ ଖାନ ଏକାଠି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।  ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଥିଲା, ମିଷ୍ଟର ଇଣ୍ଡିଆ ଓ ମୋଗାମ୍ବୋ। ଏଇ ଦୁଇ ଚରିତ୍ରକୁ ଅନିଲ କପୁର ଓ ଅମରୀଶ ପୁରୀ ବେଶ୍ ଚମତ୍କାର ଭାବେ ଅଭିନୟ କରିଥିଲେ।  କିଙ୍ଗ୍‌ ଖାନ୍ ଶାହରୁଖ୍ ମୋଗାମ୍ବୋ ଭୂମିକାରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ ଓ ରଣବୀର ହେବେ ମିଷ୍ଟର ଇଣ୍ଡିଆ।

ତେବେ ବଡ ପରଦାରେ ଅନିଲ୍ କପୁର ଏବଂ ଶ୍ରୀଦେବୀ ଷ୍ଟାରର ଫିଲ୍ମ ମିଷ୍ଟର ଇଣ୍ଡିଆ ସେତେବେଳେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଯାହାର ସଫଳତା ପରେ ବର୍ତ୍ତମାନ ଏହାର ସିକ୍ୱେଲ ପ୍ରସ୍ତୁତ ହେବାକୁ ଯାଉଛି । ଯେଉଁଥିରେ ହାଇଭୋଲ୍ଟ ଅଭିନେତା ମାନଙ୍କୁ ଦେଖିବାକୁ ମିଳିବ । ଅପରପକ୍ଷେ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଯିଏ ପୂର୍ବରୁ ଟାଇଗର୍ ଜିନ୍ଦା ହେ ଏବଂ ସୁଲତାନ୍ ଭଳି ବ୍ଳକବଷ୍ଟର ଫିଲ୍ମ ଦେଇ ସାରିଛନ୍ତି ସେ ମିଷ୍ଟର ଇଣ୍ଡିଆ ଫିଲ୍ମ ପାଇଁ ସ୍କ୍ରିପଟିଂ କାମ ଆରମ୍ଭ କରିସାରିଲେଣି ।

ପଢନ୍ତୁ:  ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ କେଜ୍ରିୱାଲ

Related posts

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

Ratnamani Maharana

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More