Bollywood

ଶ୍ରେଷ୍ଠ ୧୦ଜଣ ଆୟକାରୀ ଅଭିନେତା ଙ୍କ ମଧ୍ୟରେ ଶାହାରୁଖ , ସଲମାନ ଓ ଅକ୍ଷୟ କୁମାର

ଶ୍ରେଷ୍ଠ ୧୦ଜଣ ଆୟକାରୀ ଅଭିନେତା ଙ୍କ ମଧ୍ୟରେ ଶାହାରୁଖ , ସଲମାନ ଓ ଅକ୍ଷୟ କୁମାର

ଫୋର୍ବସ ଦ୍ୱାରା ଜାରି ବିଶ୍ୱର ସବୁଠୁ ଆୟକାରୀ ଅଭିନେତା ଙ୍କ ତାଲିକା ପ୍ରକାଶ ପାଇଛି  ।  ବଲିଉଡର ସୁପରଷ୍ଟାର ଶାହାରୁଖ , ସଲମାନ ଖାନ୍ ଓ ଅକ୍ଷୟ କୁମାର ଏହି ତାଲିକାର ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇଛନ୍ତି ।

ପ୍ରତିବର୍ଷ ବଲିଉଡ ବହୁ ସଂଖ୍ୟାରେ ସିନେମା ପ୍ରସ୍ତୁତ କରେ, ଯାହା ଭାରତ କୁ ଏକ ବଡ ସିନେମାସ୍ଥଳ ଭାବରେ ପରିଚିତ କରିପାରିଛି । ସୁପରଷ୍ଟାର ଶାହାରୁଖ , ସଲମାନ ଖାନ୍ ଓ ଅକ୍ଷୟ କୁମାର ମଧ୍ୟ ନିଜର ପ୍ରଶସଙ୍କ ଓ କାମ ଦ୍ଵାରା ଏଠାରେ ନିଜର ଏକ ନିର୍ଦିଷ୍ଟ ପରିଚୟ ସୃଷ୍ଟି କରିପାରିଛନ୍ତି ।

ଶାହାରୁଖ ୩କୋଟି ୮୦ ଲକ୍ଷ ଡଲାର(୨୪୩.୫୦କୋଟି) ଆୟ ସହିତ ତାଲିକାରେ ୮ମ ସ୍ଥାନରେ ଅଛନ୍ତି । ସଲମାନ ଖାନ୍ ୯ ମ ସ୍ଥାନରେ ଥିବାବେଳେ ତାଙ୍କ ଆୟ ୩କୋଟି ୭୦ଲକ୍ଷ ଡଲାର (୨୩୭କୋଟି ଟଙ୍କା ) । ୩କୋଟି ୫୫ଲକ୍ଷ ଡଲାର (୨୨୭.୫କୋଟି ଟଙ୍କା) ଆୟ ସହିତ ଅକ୍ଷୟ କୁମାର ୧୦ମ ସ୍ଥାନରେ ଅଛନ୍ତି । ମାର୍କ ୱାଲବର୍ଗ ହଲିଉଡର ସବୁଠୁ ଅଦିକ ଆୟକାରୀ ସେଲିବ୍ରିଟି ହୋଇପାରିଛନ୍ତି । ତାଙ୍କ ବାର୍ଷିକ ଅ।ୟ ୬ କୋଟି ୮୦ଲକ୍ଷ ଡଲାର ।

ତାଲିକାର ଶୀର୍ଷରେ ଅଛନ୍ତି ‘ଡାଡିସ୍ ହୋମ୍ ୨’ ଓ ‘ଟାନ୍ସଫର୍ମର୍ସ : ଦ ଲାଷ୍ଟ ନାଇଟ୍’ ର ଅଭିନେତା ମାର୍କ ୱାଲବର୍ଗ । ଫୋର୍ବସ ଅନୁଯାୟୀ ବୋଷ୍ଟନ ନିବାସୀ ଏହି ଅଭିନେତା ଏପର୍ଯ୍ୟନ୍ତ ସବୁଠୁ ଅଧିକ ଆୟକାରୀ ଅଭିନେତା ଅଟନ୍ତି । ଗତ ବର୍ଷ ଶୀର୍ଷରେ ଅବିନେତା ଡ୍ୱେନ ଜନସନ ଥିଲେ । ‘ ଦ ରକ୍ ’ ନାମରେ ପ୍ରସିଦ୍ଧ ଡ୍ୱେନ ଜନସନ ଚଳିତ ବର୍ଷ ୬କୋଟି ୫୦ ଲକ୍ଷ ଡଲାର ଆୟ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ତୃତୀୟ ସ୍ଥାନରେ ‘ଦ ଫେଟ୍ ଅଫ୍ ଦ ଫ୍ୟୁରିୟସ୍’ ର ଅଭିନେତା ଭିନ୍ ଡିଜେଲ ଅଛନ୍ତି । ତାଙ୍କର ଚଳିତ ବର୍ଷର ଆୟ ୫ କୋଟି ୪୫ଲକ୍ଷ ଆମେରିକୀୟ ଡଲାର । ୫କୋଟି୫ଲକ୍ଷ ଡଲାର ସହ ଆଦାମ ସ୍ୟାଣ୍ଡଲର ୪ର୍ଥ ସ୍ଥାନରେ ଅଛନ୍ତି । ୪କୋଟି ୯୦ଲକ୍ଷ ଆମେରିକୀୟ ଡଲାର ଆୟ ସହିତ ଜ୍ୟାକିଚେନ୍ ୫ମ ସ୍ଥାନରେ ଅଛନ୍ତି ।

ତେବେ ତାଲିକାରେ ଆମିର ଖାନ୍ ସ୍ଥାନ ନପାଇବା ସମସ୍ତଙ୍କୁ ଚକିତ କରିଛି । ଗତବର୍ଷ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦଙ୍ଗଲ’ ଭାରତର ସବୁଠୁ ଆୟକାରୀ ସିନେମା ଥିଲା । କେବଳ ଚୀନରେ ଏହାର ୨ହଜାର କୋଟି ଟଙ୍କା ଆୟ କରିଥିଲା । ଗତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଅମିତାଭ ବଚ୍ଚନ ବି ଏଥର ଶ୍ରେଷ୍ଠ ୨୦ରେ ସ୍ଥାନ ପାଇନାହାଁନ୍ତି । ଗତ କିଛି ଦିନ ତଳେ ଫୋବର୍ସର ଶ୍ରେଷ୍ଠ ଆୟକାରୀ ତଲିକା ପ୍ରକାଶ କରିଥିଲା । ଏଥିରେ ‘ଲା ଲା ଲ୍ୟାଣ୍ଡ’ ଚଳଚ୍ଚିତ୍ର ପାଇଁ ଅସ୍କାର ଜିତିଥିବା ଏମା ଷ୍ଟୋନ୍ ସବାଗ୍ରେ ଥିଲେ ।

ଶ୍ରେଷ୍ଠ ୧୦ଜଣ ଆୟକାରୀ ସେଲିବ୍ରିଟି ଙ୍କ ମଧ୍ୟରେ ଶାହାରୁଖ , ସଲମାନ ଓ ଅକ୍ଷୟ କୁମାର

ଦେଖନ୍ତୁ ଡ଼ିଜେ ଗଣେଶ କମେଡୀ ଭିଡିଓ

Related posts

Huma Qureshi’s Upcoming Movie “Partition: 1947” To Release On August 18

ENO Beuro

ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

ENO Beuro

Choreographer Terence Lewis Will Plays The Lead In His Own Script

ENO Beuro

1 comment

Leave a Comment