ପୁଣି ବାପା ହେବେ ଶାହିଦ କପୁର

ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ଘରେ ଖୁସି ଖବର

ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ଘରେ ପୁଣି ଖୁସି ଆସିବାକୁ ଯାଉଛି । ଶାହିଦ ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ଏହି ସୂଚନା ଶାହିଦ ନିଜେ କ୍ୟୁଟ୍‌ ଅନ୍ଦାଜରେ ସୋସାଲ ମିଡିଆରେ ଶେୟାର କରିଛନ୍ତି । ଅନେକ ଦିନରୁ ମୀରାଙ୍କ ପ୍ରେଗନେନ୍‌ସିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶାହିଦ ନିଜ ଝିଅ ମିଶାଙ୍କ ଚଟାଣରେ ଶୋଇଥିବା ସମୟର ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ କ୍ୟାପ୍‌ସନ ଦେଇଛନ୍ତି ବଡ଼ ଭଉଣୀ ।

୩୭ ବର୍ଷୀୟ ଅଭିନେତା ଶାହିଦ ଏହି ଫଟୋ ଶେୟାର କରିବା ମାତ୍ରେ ସୋସାଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି ।ଶାହିଦଙ୍କ ଏହି ପୋଷ୍ଟ କିଛି ଘଣ୍ଟାରେ ଭାଇରାଲ ହୋଇଯାଇଛି। ଅର୍ଜୁନ କପୁର, ମଲାଇକା ଆରୋରାଙ୍କ ଭଳି ଅନେକ ସେଲିବ୍ରିଟି ଏହି ଖୁସି ଖବର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗତବର୍ଷ ଏକ ସାକ୍ଷାତକାରରେ ଦୁହେଁ ମାନିଥିଲେ ଯେ ସେମାନେ ତାଙ୍କ ଫ୍ୟାମିଲି ବଢ଼ାଇବାକୁ ଭାବୁଛନ୍ତି । ଯେତେବେଳେ ମୀରୀଙ୍କୁ ପଚରାଗଲା ଯେ ସେ ପ୍ରଫେସନାଲ ଲାଇଫ୍ କେବେ ଆରମ୍ଭ କରିବେ, ସେ କହିଥିଲେ ଯେ ପ୍ରଥମେ ମୁଁ ଦ୍ୱିତୀୟ ପିଲା ପ୍ଲାନ କରିବି, ତା’ପରେ ସେ ବିଷୟରେ ଚିନ୍ତା କରିବି ।ସାହିଦ୍ ମଧ୍ୟ ନିକଟରେ କହିଥିଲେ ଯେ ମୀରା ମାତ୍ର ୨୨ବର୍ଷର ।

ସେ ଅତିଶୀଘ୍ର ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି । ତା’ପରେ ସେ ଫ୍ରି ହୋଇ ଯାହା ଇଚ୍ଛା ତା କରିବେ । ତାଙ୍କ ପ୍ରଥମ ସନ୍ତାନ ମିଶାର ଜନ୍ମ ୨୦୧୬ ମସିହା ଅଗଷ୍ଟ ୨୬ରେ ହୋଇଥିଲା। ୨୦୧୫ ଜୁଲାଇ ୭ ତାରିଖରେ ସାହିଦ୍‌ ମୀରୀଙ୍କ ହାତ ଧରିଥିଲେ ।

ପଢନ୍ତୁ ;

ଧନିଆ ପତ୍ର ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ ଓ ଏହା ଦ୍ଵାରା କେଉଁ ରୋଗ ଦୁର ହୋଇଥାଏ ଜାଣନ୍ତୁ ?

ଶାହିଦ ନିଜ ଝିଅ ମିଶାଙ୍କ ଚଟାଣରେ ଶୋଇଥିବା ସମୟର ଏକ ଫଟୋ ଶେୟାର କରିଛନ୍ତି - 90%

90%

ଗତବର୍ଷ ଏକ ସାକ୍ଷାତକାରରେ ଦୁହେଁ ମାନିଥିଲେ ଯେ ସେମାନେ ତାଙ୍କ ଫ୍ୟାମିଲି ବଢ଼ାଇବାକୁ ଭାବୁଛନ୍ତି - 88%

88%
89%

Very Good!

ପୁଣି ବାପା ହେବେ ଶାହିଦ କପୁର

ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ଘରେ ପୁଣି ଖୁସି ଆସିବାକୁ ଯାଉଛି । ଶାହିଦ ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ଏହି ସୂଚନା ଶାହିଦ ନିଜେ କ୍ୟୁଟ୍‌ ଅନ୍ଦାଜରେ ସୋସାଲ ମିଡିଆରେ ଶେୟାର କରିଛନ୍ତି । ଅନେକ ଦିନରୁ ମୀରାଙ୍କ ପ୍ରେଗନେନ୍‌ସିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶାହିଦ ନିଜ ଝିଅ ମିଶାଙ୍କ ଚଟାଣରେ ଶୋଇଥିବା ସମୟର ଏକ ଫଟୋ ଶେୟାର କରିଛନ୍ତି ।

No Votes Yet

You're not rated yet