Entertainment

ପୁଣି ଦେଖିବାକୁ ମିଳିବ ଶାହରୁଖ ଦୀପିକାଙ୍କ ସୁପରହିଟ ଯୋଡି

ପୁଣି କମାଲ କରିବାକୁ ଯାଉଛନ୍ତି ଶାହରୁଖ-ଦୀପିକା

ରୋହିତ ସେଟ୍ଟୀ ପ୍ରଡକ୍ସନ୍‌ସ ବ୍ୟାନରରେ ନିର୍ଦ୍ଦେଶିକା ଫରାହ୍‌ ଖାନ୍‌ ଏକ ନୂତନ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।ଫରାହ ଖାନ୍‌ ଏହି ହିନ୍ଦୀ ସିନେମାରେ ପୁଣି ଥରେ ତାଙ୍କର ଫେବରିଟ ଯୋଡିକୁ ନେବାକୁ ଚାହୁଁଛନ୍ତି। ଶାହରୁଖ-ଦୀପିକାଙ୍କ ଯୋଡିକୁ ଫରାହ୍ ହିଁ ପ୍ରଥମେ ନେଇ  ଆସିଥିଲେ ନିଜ ପରଦାକୁ ମୁଭି ଓମ ଶାନ୍ତି ଓମରେ।ତାପରେ ଏହି ଯୋଡି ଲଗାତର ହିଟ ହୋଇ ଆସିଛି ‘ଚେନ୍ନାଇ ଏକ୍ସପ୍ରେସ୍‌’ ଓ ‘ହାପି ନ୍ୟୁ ଇୟର’ ମୁଭିରେ।

ଦୀପିକା ଫରାହ୍ ଙ୍କ ଏହି ଫିଲ୍ମରେ କାମ କରିବାକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି।ବର୍ତମାନ ସେ ମେଘନା ଗୁଲଜାରଙ୍କ ‘ଛପାକ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି।ଶାହରୁଖ୍‌ ଖାନ୍‌ ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଏକ ଫିଲ୍ମରେ କାମ କରିବେ ବୋଲି ଶୁଣିବାକୁ ମିଳୁଛି।ଫରାହ୍‌ ଖାନ୍‌ଙ୍କୁ ଶାହାରୁଖ୍‌ ଖାନ୍‌ ମନା କରିବେ ନାହିଁ ବୋଲି କୁହାଯାଉଛି।ଯଦି ସବୁ ଠିକ୍‌ଠାକ୍‌ ରହେ,ତେବେ ଦର୍ଶକଙ୍କୁ ଫରାହ୍‌ ଖାନ୍‌ଙ୍କ ନୂଆ ସିନେମାରେ ପୁଣି ଥରେ ଶାହାରୁଖ୍‌-ଦୀପିକାଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

ପଢନ୍ତୁ:ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ କଦଳୀ ବରା

Related posts

ଫ୍ରାଇଡେ ରିଲିଜ୍‌: ମୁକ୍ତିଲାଭ କଲା କିଙ୍ଗଖାନଙ୍କ ‘ଜିରୋ’

ENO Beuro

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

ENO Beuro

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

ENO Beuro

Leave a Comment