ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେଖ୍‌ ହସିନା

hasina

ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ‘ଆୱାମୀ ଲିଗ୍‌’ର ବିପୁଳ ବିଜୟ ହୋଇଛି। ଲଗାତାର ତୃତୀୟ ଥର ପାଇଁ ଦଳ ବାଜି ମାରିଥିବା ବେଳେ ଶେଖ୍ ହସିନା ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଛି। ବାଂଲାଦେଶର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆୱାମୀ ଲିଗ୍ ନେତୃତ୍ୱାଧୀନ ମେଣ୍ଟ ମୋଟ ୩୦୦ ଆସନରୁ ୨୬୦ରୁ ଅଧିକରେ ବିଜୟୀ ହୋଇଛି।

hasina

ପ୍ରଧାନମନ୍ତ୍ରୀ ଶେଖ ହସିନା ୨ ଲକ୍ଷ ୨୯ ହଜାର ୫୩୯ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି। ଅପରପକ୍ଷରେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ବିଏନ୍‌ପି ପ୍ରାର୍ଥୀଙ୍କୁ ମାତ୍ର ୧୨୩ଟି ଭୋଟ୍ ମିଳିଛି।

ତେବେ ଆଜି ହୋଇଥିବା ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଯୋଗୁଁ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି। ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ହିଂସା ଯୋଗୁଁ ବିଭିନ୍ନ ସ୍ଥାନରେ ଭୋଟ୍‌ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।

ପଢନ୍ତୁ;  ଶୁଭାରମ୍ଭ ହେଲା ‘ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌’ ଯୋଜନା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More