Entertainment

ପୁଣିଥରେ ପରଦାକୁ ଫେରୁଛନ୍ତି ‘ଶକ୍ତିମାନ’

Untitled 1

୯୦ ଦଶକରେ ଘରେ ଘରେ ପ୍ରତ୍ୟେକ ପିଲାଙ୍କୁ ଅପେକ୍ଷା ଥିଲା, କେବେ ରବିବାର ଆସିବ?  କାରଣ ଗୋଟିଏ, କାରଣ ରବିବାର ଟିଭିରେ ଦେଉଥିଲା ‘ଶକ୍ତିମାନ୍’ ସିରିୟଲ । ପ୍ରତ୍ୟେକ ଘରେ ପିଲାଙ୍କ ପ୍ରିୟ ଥିଲା ଶକ୍ତିମାନ। ତେବେ ଏହି ‘ଶକ୍ତିମାନ’ ପୁଣିଥରେ ଖୁବଶୀଘ୍ର ଟିଭି ପରଦାକୁ ଫେରିବାକୁ ଯାଉଛି। ଧାରାବାହିକର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା   ଏହି ଘୋଷଣା କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ମୁକେଶ ଖନ୍ନା କହିଛନ୍ତି ଯେ, “ଆଜି ବି ସେ କୌଣସି ପାର୍ଟିକୁ ଗଲେ ପିଲାମାନେ ପଚାରନ୍ତି, କିଲ୍‌ଓ୍ୱିଶ୍ କେବେ ମରିବ? ମୁଁ ଉତ୍ତର ଦିଏ, ମରିବ …ଜଲ୍‌ଦି ମରିବ ।“ ସେ ପୁଣି କହିଥିଲେ ଯେ, ‘ଶକ୍ତିମାନ୍’କୁ ପୁଣି ଆରମ୍ଭ କରିବାକୁ ପ୍ରୟାସ ଜାରି ରହିଛି ।

Hqdefault

ମୁକେଶ ଖନ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ତିନି ବର୍ଷ ହେଲା ‘ଶକ୍ତିମାନ୍’ ଉପରେ କାମ ଚଲାଇଛି । ପିଲାଙ୍କ ଭିତରେ ଏହାକୁ ନେଇ ଅନେକ ଆଗ୍ରହ ରହିଛି । ଏହାକୁ ପୁଣି ଅଣାଯିବା ଦରକାର । ଏବେ ଆମ କାମ ଭଲ ସ୍ଥିତିରେ ମଧ୍ୟ ପହଞ୍ଚିଛି। ଖୁବଶୀଘ୍ର ଦର୍ଶକ ଏହି ଧାରାବାହିକକୁ ପୁଣିଥରେ ଦେଖିବାକୁ ପାଇବେ। ମାତ୍ର ଏବେ ପ୍ରଶ୍ନ ଉଠୁଛି ଯେ, ଶକ୍ତିମାନ କିଏ ହେବ”।

Images

ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସମସ୍ତେ ଭାବୁଥିଲେ ମୁକେଶ ଖନ୍ନା କାହାକୁ ଶକ୍ତିମାନ ବନେଇବେ । କିନ୍ତୁ ମୋର ଅସୁବିଧା ହେଲା, ନା ମୁଁ ଅକ୍ଷୟଙ୍କୁ ବନେଇପାରିବି ନା ଶାହରୁଖଙ୍କୁ । କାରଣ ଇମେଜ୍ ବାଧା ସୃଷ୍ଟି କରିବ । ଯଦି ଆଉ କିଏ ଶକ୍ତିମାନ ହୋଇ ଆସିବ, ଲୋକ ତାଙ୍କୁ ସ୍ୱୀକାର କରିପାରିବେନି ।  ଏହାପରେ ମୁଁ ନିଜର 10-12 କେଜି ଓଜନ କମାଇଲି । ଆଉ ତାପରେ 15 ବର୍ଷ ପୁରୁଣା ଶକ୍ତିମାନ ଭଳି ମୁଁ ମ୍ୟାଚ୍ କରିପାରିଲେ । ଏବେ ମୋତେ ଲାଗୁଛି ହୋଇପାରିବ । କାରଣ ସେଥିରେ କଣ୍ଟେଟ ରହିଛି । କାହାଣୀ ପ୍ରସ୍ତୁତ କରୁଛୁ, ଖୁବଶୀଘ୍ର ‘ଶକ୍ତିମାନ୍’ ଆସୁଛି । ”

0c3f7d1b Dada 4628 A3b6 B7b0d0c13bc4 Crop C0 5 0 5 200x146 70
mukesh khanna

ପଢନ୍ତୁ: ଦୂତୀଙ୍କ ଜୀବନକୁ ନେଇ ହେବ ବଲିଉଡ୍ ଫିଲ୍ମ

Related posts

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

ENO Beuro

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି

ENO Beuro

ମା’ ହେବେ ବେବୋ

ENO Beuro

Leave a Comment