SPORTS

କାର ଦୁର୍ଘଟଣାରେ ସାମି ଆହତ,ମୁଣ୍ଡରେ ଲାଗିଛି ଆଘାତ!

ଅଳ୍ପକେ ଦୁର୍ଘଟଣାରେ ବର୍ତ୍ତିଲେ ସାମି

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଗତକାଲି ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେ ଅଭ୍ୟାସ ଲାଗି ଶୁକ୍ରବାର ଡେରାଡୁନସ୍ଥିତ ଅଭିମନ୍ୟୁ କ୍ରିକେଟ ଏକାଡେମୀକୁ ଆସିଥିଲେ। ସାମି ଟ୍ରେନିଂ ସାରି ଦିଲ୍ଲୀ ଫେରୁଥିବାବେଳେ ତାଙ୍କ କାର ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତାଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲ ପଠାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ,ସାମି ଗତକାଲି ସକାଳୁ ପ୍ରାକ୍ଟିସ ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାରେ ସାମୀଙ୍କର ଡାହାଣପଟ ଆଖିର ଉପରି ଭାଗରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ସିଏମଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଘାତସ୍ଥାନରେ ୩ରୁ ୪ଟି ଷ୍ଟିଚ୍‌ ପଡିଥିବା ସହିତ ସାମି ଏବେ ସୁସ୍ଥ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ତାଙ୍କୁ ଗୋଟିଏ ଦିନ ପାଇଁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ଆଜି ଦିଲ୍ଲୀ ଗସ୍ତ କରିବେ“ ବୋଲି ଏସିଏ ପରିଚାଳକ ତଥା ଭାରତୀୟ ଏ’ ଦଳର ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନଙ୍କ ପିତା କହିଛନ୍ତି। ଏଥିସହ ଶାମି ଆଗାମୀ ଆଇପିଏଲ୍‌ରେ ଖେଳିବା ନେଇ କୌଣସି ସମସ୍ୟା ନ ଥିବା ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଥିବା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ କୌଣସି ସତ୍ୟାସତ୍ୟ ନ ଥିବା ତଦନ୍ତରୁ ଜଣାପଡ଼ିଥିଲା। ପରେ ତାଙ୍କୁ ବିସିସିଆଇ ପକ୍ଷରୁ ଗ୍ରେଡ ବି’ ଚୁକ୍ତିରେ ସାମିଲ କରାଯିବା ସହ ଆଇପିଏଲ୍‌ରେ ଖେଳିବାକୁ ଅନୁମତି ମିଳିଛି।

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ନବଦମ୍ପତିଙ୍କୁ ଖାଇବା ମନା

Related posts

ପର୍ଥ ଟେଷ୍ଟ: ଭାରତ ୧୪୬ ରନରେ ପରାସ୍ତ

ENO Beuro

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ENO Beuro

ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ: ଛୁଇଁଲା ୬.୩ ନିୟୁତ ଡଲାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More