SPORTS

ପାକିସ୍ତାନୀ ଝିଅ ଆଲିସବାଙ୍କ ସହ ସାମିଙ୍କ ସମ୍ପର୍କ , ଚାଞ୍ଚଲ୍ୟକର ଅଡିଓ ଦେଲେ ହସିନ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନିମନ୍ତେ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି। କିଛିଦିନ ତଳେ ପତ୍ନୀ ହସିନ୍‌ ଜାହାଁ ପତି ସାମିଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିବା ବେଳେ ଶୁକ୍ରବାର ବିଧିବଦ୍ଧ ଭାବେ ସ୍ଥାନୀୟ ଯାଦବପୁର ଥାନାରେ ସାମିଙ୍କ ବିରୋଧରେ ଲିଖିତ ଏତଲା ଦାଏର କରିଛନ୍ତି। ସାମିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଧାରା ୪୯୮ଏ, ୩୨୩, ୩୦୭, ୫୦୬, ୩୨୮ ଓ ୩୪ ଦଫାରେ ମାମଲା ରୁଜୁ ହୋଇଛି। ପତ୍ନୀ ହସିନ୍‌ ଜାହାଁଙ୍କ ଅଭିଯୋଗ କ୍ରମେ ପୁଲିସ ହତ୍ୟା ଉଦ୍ୟମ, ଘରୋଇ ହିଂସା ସମେତ ଅନ୍ୟାନ୍ୟ ଧାରା ଅନୁଯାୟୀ ସାମିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ସାମିଙ୍କ ବଡଭାଇଙ୍କ ବିରୋଧରେ ବଳତ୍କାର (୩୭୬) ଦଫାରେ ମାମଲା ରୁଜୁ କରାଯାଇଛି।

ହସିନ ଜାହାଁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏକ ଚାଞ୍ଚଲ୍ୟକର ଅଡିଓ ପ୍ରଦାନ କରିଥିଲେ। ଯେଉଁଥିରେ ପାକିସ୍ତାନୀ ଝିଅ ଆଲିସବାଙ୍କ ସହ ତାଙ୍କ ସମ୍ପର୍କକୁ ପଦାରେ ପକାଇଥିଲେ। ସାମି ଏବଂ ହସିନଙ୍କ ମଧ୍ୟରେ ହୋଇଥିବା ଏକ ଯୁକ୍ତିତର୍କ ଭରା ଅଡ଼ିଓରେ ଏହି କଥା ସ୍ପଷ୍ଟ ହୋଇଛି। ‘‘ସାମି ମୋତେ ମିଛ କୁହ ନାହିଁ। ତୁମେ ମୋର, କନ୍ୟା ଆର୍ଯ୍ୟା କିମ୍ବା ଆମ ପରିବାରର ପରଓ୍ଵା ନାହିଁ। ତୁମକୁ ସମ୍ଭବତଃ ସେହି ପାକିସ୍ତାନୀ ଝିଅ ଅଲିସବାର ପରଓ୍ଵା ଅଛି। ତୁମେ କହୁଥିଲ ଦୁବାଇ ଭିସା ନାହିଁ, କିନ୍ତୁ ଏବେ ଦୁବାଇରେ ଓହ୍ଲାଇ ସାରିଛ ଏବଂ ଗୋଟିଏ ହୋଟେଲ୍‌ରେ ଆଲିସବା ସହିତ ରହୁଛ। ତୁମ ପୁରୁଣା ଫୋନ୍‌ ମୋ ପାଖକୁ ଆସିଯିବାରୁ ସବୁ ସଂଯୋଗ ଆସିଯାଇଛି। ମୋତେ ମିଛ କହିପାରିବ ନାହିଁ ବୋଲି ହସିନ୍‌ ସାମିଙ୍କୁ ଧମକାଉଥିଲେ। ସାମି କେବଳ ହଁ ନାରେ ଉତ୍ତର ରଖୁଥିଲେ।

ହସିନଙ୍କ ଅଭିଯୋଗକୁ ସାମି ଅସ୍ୱୀକାର କରିବା ସହିତ ତାଙ୍କୁ ମାନସିକ ଅସ୍ଥିର ବ୍ୟକ୍ତିତ୍ୱ ବର୍ଣ୍ଣନା କରିଥିଲେ।

ଏବେ ଆପଣ କୁହନ୍ତି କିଏ ମାନସିକ ବିକୃତ ବୋଲି ହସିନ୍‌ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ମୁଁ ମୋ ଅଭିଯୋଗ ଗୁଡ଼ିକରେ ଦୃଢ଼ ବୋଲି ସେ ଦାବି କରିଥିଲେ। ଅନେକ ଦିନ ଧରି ମୁଁ ମାନସିକ ଯନ୍ତ୍ରଣା ଓ ଚାପ ଭିତରେ ବିତାଇବା ପରେ ସାମାଜିକ ଗଣମାଧ୍ୟମର ସହାୟତା ନେଇଥିଲି ବୋଲି ହସିନ୍‌ କହିଥିଲେ। ମୁଁ କାହାରି ଭାବମୂର୍ତିରେ ଆଞ୍ଚ ଆସିବାକୁ ଚେଷ୍ଟା କରିନାହିଁ, ଏହା ମୋ ଲଢ଼େଇ।

ଏହା ଭବିଷ୍ୟତରେ ଝିଅମାନଙ୍କୁ ଏଭଳି ପରିସ୍ଥିତିରୁ ଦୂରେଇ ରଖିବ। ଭଲ ଉଦ୍ଦେଶ୍ୟରେ ମୁଁ ମୁହଁ ଖୋଲିଛି। କନ୍ୟା ସହିତ ମୋ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯାଉଛି, ଗଣମାଧ୍ୟକ କିନ୍ତୁ ଏଥିରୁ ମସଲା ଖୋଜୁଛି ବୋଲି ହସିନ୍‌ ଅଭିଯୋଗ କରିଥିଲେ। ଅପୋଷ ସମାଧାନ ସମ୍ଭାବନାକୁ ଦୃଢ଼ ଭାବେ ମନା କରି ଦେଇଥିଲେ ହସିନ।

ପଢନ୍ତୁ;

୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ : ସୋନିଆ ଗାନ୍ଧି

 

Related posts

ଚେନ୍ନାଇକୁ ହରାଇଲା ମୁମ୍ବାଇ: ଧୋନୀଙ୍କ ବିନା ଚେନ୍ନାଇ ଫିକା

Ratnamani Moharana

ଚତୁର୍ଥ ଦିନିକିଆ : ରାଇଡୁଙ୍କ ଶତକ, ଭାରତ ୨୨୪ ରନରେ ଜିତିଲା

ENO Beuro

ଧାୱନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା “ତମକୁ ପିଚ ମିସ କରିବ”

Ratnamani Moharana

1 comment

Leave a Comment