EnewsOdia.Com

ଜାତକରେ ଶନିଦଶା ଥିଲେ, ଆପଣାନ୍ତୁ ଏହି ଉପାୟ

ଆପଣମାନେ ସମସ୍ତେ ଜାଣିଥିବେ କି ଶନି ଗ୍ରହ ଏକ ବଡ ଗ୍ରହ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଖରାପ ଦୃଷ୍ଟି ପଡେ ତାହାଲେ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ । ବ୍ୟକ୍ତିଙ୍କ ଜାତକରେ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଜନ୍ମ ଜାତକରେ ଶନିଙ୍କ ସ୍ଥାନ ଶୁଭ କି ଅଶୁଭ ରହିବ ତାହା ଜଣାପଡିଥାଏ । ଯଦି ଜାତକରେ ଶନିଙ୍କ ସ୍ଥାନ ଶୁଭ ହୋଇନଥାଏ ତେବେ ଜାତକରେ ଶନି ଦୋଷ ରହିଥାଏ । ଏହାଦ୍ୱାରା ସମସ୍ୟାମାନ ଉପୁଜି ଥାଏ । ଜାତକରେ ୧୨ ଭାବ ରହିଥାଏ । ଏହି ଭାବ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଜୀବନର ବାଖ୍ୟା କରିଥାଏ । ଏହି ଭାବରେ ଶନି କେଉଁଠି ଶୁଭ ଏବଂ କେଉଁଠି ଅଶୁଭ ତାହା ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ସର୍ବପ୍ରଥମେ ଜାତକର ଚତୁର୍ଥ ଭାଗ ଯାହାକୁ ସୁଖ ଭାବ କୁହାଯାଏ, ସେହି ଭାବରେ ଶନି ବିରାଜମାନ କରିବା ଅଶୁଭ ହୋଇଥାଏ । ଏହାର ଅର୍ଥ ଚତୁର୍ଥ ଭାବରେ ଶନିଙ୍କ ଉପସ୍ଥିତ ଦ୍ୱାରା ବ୍ୟକ୍ତିଙ୍କ ସୁଖରେ ଗ୍ରହଣ ଲାଗି ଯାଇଥାଏ ।

ଏହାସହିତ ରାହୁ ଏବଂ ମଙ୍ଗଳ ସହ ଶନି ରହିବା ଦ୍ୱାରା ବଡ ଦୁର୍ଘଟଣାର ଯୋଗ ହୋଇଥାଏ । ଏଭଳି ସ୍ଥିତିରେ ବ୍ୟକ୍ତିଙ୍କୁ ସମ୍ଭାଳିକି ଗାଡି ଚଲାଇବା ଉଚିତ୍ ଏବଂ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ସେହିପରି ସୂର୍ଯ୍ୟଙ୍କ ସହିତ ଶନିଙ୍କ ସମ୍ବନ୍ଧ ହେବା ଦ୍ୱାରା ଜାତକରେ ଦୋଷ ରହିଥାଏ । ଏହି ଦୋଷ ଯୋଗୁଁ ପିତା ଓ ପୁତ୍ରଙ୍କ ସମ୍ବନ୍ଧ ଖରାପ ହୋଇଥାଏ । ଦୁହିଁଙ୍କ ମଧ୍ୟରେ ମତଭେଦ ଲାଗି ରହିଥାଏ । ପ୍ରକୃତରେ ସୂର୍ଯ୍ୟଦେବଙ୍କ ପୁତ୍ର ହେଉଛନ୍ତି ଶନି ଏବଂ ଦୁହିଁଙ୍କ ମଧ୍ୟରେ ଶତ୍ରୁତାର ଭାବ ରହିଛି ।

ବିଛା ରାଶି ଓ ଚନ୍ଦ୍ରମା ସହ ଶନିଙ୍କ ସମ୍ବନ୍ଧ ରହିବା ଦ୍ୱାରା ଜାତକରେ ବିଷ ଯୋଗ ସୃଷ୍ଟି ହୋଇଥାଏ । ଏହି ଦୋଷ ଯୋଗୁଁ ବ୍ୟକ୍ତି ତାଙ୍କ କର୍ମ କ୍ଷେତ୍ରରେ ଅସଫଳ ହୋଇଥାନ୍ତି । ଏହାସହିତ ଶନି ଯଦି ମେଷ ରାଶିରେ ରହିଥାନ୍ତି ତେବେ ତାହାଦ୍ୱାରା ବି ଜାତକରେ ନକରାତ୍ମକ ଫଳ ପ୍ରାପ୍ତି ହୋଇଥାଏ ।ସେଥିପାଇଁ ଶନି ଦୋଷରୁ ରକ୍ଷା ପାଇବା ପାଇଁ ଶନିବାର କିଛି ଉପାୟ କରନ୍ତୁ ।

୧)  ପ୍ରତ୍ୟେକ ଶନିବାର ଶନି ଦେବଙ୍କ ଉପବାସ ରଖନ୍ତୁ ।
୨) ସନ୍ଧ୍ୟାରେ ବରଗଛ ମୂଳେ ଜଳ ଚଢାନ୍ତୁ ଏବଂ ସୋରିଷ ତେଲରେ ଦୀପ ଜାଳନ୍ତୁ ।
୩) ଶନିଙ୍କ ବୀଜ ମନ୍ତ୍ର ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ କୁ ୧୦୮ ଥର ଜପନ୍ତୁ ।
୪) କଳା ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
୫)  ଭିକାରୀକୁ ଅନ୍ନ-ବସ୍ତ୍ର ଦାନ କରନ୍ତୁ ।

ପଢନ୍ତୁ: ହୋଲି ପର୍ବରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ସମ୍ବନ୍ଧିତ ଖବର

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

Ratnamani Maharana

ଏହି ଜିନିଷ ଭୁଲରେ ବି ବିକନ୍ତୁ ନାହିଁ, ନହେଲେ ଆସିବା ଦାରିଦ୍ରତା

Ratnamani Maharana

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

Ratnamani Maharana

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

Ratnamani Maharana

ଦୀପାବଳି ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ନଚେତ୍‌ ହୋଇପାରନ୍ତି କାଙ୍ଗାଳ

Ratnamani Maharana

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

Ratnamani Maharana