Entertainment

୩୧ ବର୍ଷରେ ପାଦ ରଖିଛନ୍ତି ଆଶିକି ଗର୍ଲ ଶ୍ରଦ୍ଧା କପୁର! ନିଜର ଆକର୍ଷଣୀୟ ଅଭିନୟ ପାଇଁ ବଲିଉଡରେ ବେଶ ଲୋକପ୍ରିୟ

ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ୩୧ ବର୍ଷରେ ପାଦ ରଖିଛନ୍ତି। ୧୯୮୭ ମାର୍ଚ ୩ରେ ତାଙ୍କର ଜନ୍ମ ହେଇଥିଲା।

ଏହି ସୁନ୍ଦରୀ ଜଣଙ୍କ ନିଜ କେରିୟାର ପ୍ରଥମେ ଚଳଚ୍ଚିତ୍ର ଆଶିକି-ଟୁ ରୁ ଆରମ୍ଭ କରିଥିଲେ। ଅଭିନୟ ଠାରୁ ଆରମ୍ଭ କରି ଡ୍ୟାନ୍ସ ତଥା ଗାୟନ ଶୈଳୀ ମଧ୍ୟ ରହିଛି ଶ୍ରଦ୍ଧାଙ୍କ ପାଖରେ । ସେଥିପାଇଁ ପ୍ରଶଂସକଙ୍କ ପ୍ରିୟ ହୋଇ ପାରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ପିତା ଶକ୍ତି କପୁର ଜଣେ ଲୋକପ୍ରିୟ ବଲିଉଡ୍ ତାରକା ରହିଥିବାବେଳେ ମା ଶିବାଙ୍ଗି କୋହ୍ଲାପୁରୀ ଜଣେ ଥିଏଟର୍ ଆଟିଷ୍ଟ।

ଶ୍ରଦ୍ଧା ଦେଖିବାକୁ ବହୁତ ସୁନ୍ଦର। ହେଲେ ସେ ଜମାରୁ ବି ଶରୀର ପ୍ରତି କନସିଅସ୍ ନୁହନ୍ତି ।ସେ ଖାଇବାକୁ ଖୁବ୍ ଭଲ ପାଆନ୍ତି । ଆଉ ଗୋଟିଏ କପ୍ ଚାହା ତାଙ୍କୁ ସବୁବେଳେ ଫ୍ରେସ୍ ରଖେ ବୋଲି ଶ୍ରଦ୍ଧା କୁହନ୍ତି । ଅଭିନେତ୍ରୀ ଶ୍ରଦ୍ଧାଙ୍କର ଗୋଟିଏ ଦୁର୍ବଳତା ମଧ୍ୟ ଅଛି । ଶ୍ରଦ୍ଧା ଘଡଘଡି ଓ ବିଜୁଳିକୁ ବହୁତ ଡରନ୍ତି।

ଶ୍ରଦ୍ଧା ଆଶିକି–ଟୁରେ ଆରୋହି କେଶବ ଶିରକେ ଚରିତ୍ର କିଏ ବା ଭୁଲି ପାରିବ । ହେଲେ ଏକଥା ଖୁବ କମ୍ ଲୋକ ହିଁ ଜାଣିଥିବେ, ଯେ ଶ୍ରଦ୍ଧାଙ୍କ ପ୍ରଥମ ଫିଲ୍ମ ଆଶିକି –ଟୁ ନୁହେଁ । ୨୦୧୦ ମସିହାର ଅମିତାଭ୍ ବଚ୍ଚନଙ୍କ ଅଭିନୀତ ଫିଲ୍ମ ତିନ୍ ପତ୍ତିରୁ ଶ୍ରଦ୍ଧା ନିଜର ଅଭିନୟ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କୁ ନେଇ ବ୍ୟାଡମିଣ୍ଟନ ଚମ୍ପିଅନ ସାଇନା ନେହଓ୍ଵାଲଙ୍କ ଜୀବନୀ ଆଧାରିତ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ ସାଇନା ନେହଓ୍ଵାଲ ଚରିତ୍ର ନିଭାଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହା ଛଡ଼ା ସେ ପ୍ରଭାସଙ୍କ ବିପକ୍ଷରେ ‘ସାହୋ’ରେ ବି ନଜର ଆସିବେ।

 

ପଢନ୍ତୁ;

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

Related posts

କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟ ନାରାୟଣ ଗିରଫ

ENO Beuro

ଭାଇ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ ଦୁଇ ରାଖୀ ଭଉଣୀ

ENO Beuro

ବିବାଦରେ ବଲିଉଡର ଲୋକପ୍ରିୟ ଗାୟକ ଅଭିଜିତ ଭଟାଚାର୍ୟ୍ୟ

ENO Beuro

Leave a Comment