Loading...

ସୋସିଆଲ ମିଡିଆରେ ଏପରି ମେମ୍ସ ସେୟାର କଲେ ହେବ ୨ବର୍ଷ ଜେଲଦଣ୍ଡ ସହ ୨ ଲକ୍ଷ ଜୋରିମାନା

ସୋସିଆଲ ମିଡିଆରେ ଏପରି ମେମ୍ସ ସେୟାର କଲେ ହେବ ୨ବର୍ଷ ଜେଲଦଣ୍ଡ ସହ ୨ ଲକ୍ଷ ଜୋରିମାନା

ୟୁନାଇଟେଡ ଆରବ ଏମିରେଟ୍ସରେ (UAE) ସୋସିଆଲ ମିଡିଆରେ କୋଭିଡ ନିୟମର ଉଲଂଘନ କରୁଥିବା କିଛି ମେମ୍ସ ଓ ଭିଡିଓ ଭଇରାଲ ହୋଇଛି। ଏପରି କରୁଥିବା ଲୋକମାନଙ୍କୁ ସେଠାକାର ସରକାର ଏବେ ନୂଆ ଆଇନ ଅଧୀନରେ ଜେଲ ଦଣ୍ଡ ଦେବେ ବୋଲି ନିଷ୍ପତି ନେଇଛନ୍ତି।

ୟୁନାଇଟେଡ ଆରବ ଏମିରେଟ୍ସରେ (UAE) ସୋସିଆଲ ମିଡିଆରେ କୋଭିଡ ନିୟମର ଉଲଂଘନ କରୁଥିବା କିଛି ମେମ୍ସ ଓ ଭିଡିଓ ଭଇରାଲ ହୋଇଛି। ଏପରି କରୁଥିବା ଲୋକମାନଙ୍କୁ ସେଠାକାର ସରକାର ଏବେ ନୂଆ ଆଇନ ଅଧୀନରେ ଜେଲ ଦଣ୍ଡ  ଦେବେ ବୋଲି ନିଷ୍ପତି ନେଇଛନ୍ତି। ସୋସିଆଲ ମିଡିଆରେ କରୋନା ନିୟମର ଥଟ୍ଟା ପରିହାସ କରିବା ଓ କରୋନା ସମ୍ପର୍କିତ ଭୁଲ ଖବର ସେୟାର କରିବେ ସେମାନଙ୍କୁ ସରକାର ଅତିକମରେ ଦୁଇବର୍ଷ ଜେଲ ଦଣ୍ଡ ଦେବେ ବୋଲି ସରକାର ସେଠାରେ ଘୋଷଣା କରିଛନ୍ତି।

ମିଡିଲ ଇଷ୍ଟ ଆଏର ଏକ ରିପୋର୍ଟ ଅନୁସାରେ ସଂଘୀୟ ଅଭିୟୋଜକ କହିଛିଯେ ସୋସିଆଲ ମିଡିଆରେ କରୋନା ମହାମାରି ସହିତ ଯଡ଼ିତ ଭୁଲ ସୂଚନା ପ୍ରଦାନ କରୁଥିବା ଲୋକମାନଙ୍କୁ ନୂଆ ଆଇନ ଅଧୀନରେ ଦଣ୍ଡିତ କରା ଯାଇପାରେ। ଏପରି କରୁଥିବା ଲୋମାନଙ୍କୁ ଅତିକମରେ ଦୁଇ ବର୍ଷ ଜେଲଦଣ୍ଡ ହେବା ସହ ୫୪ ହଜାର ୪୫୦ ଡଲାର ବା ୪୧ ଲକ୍ଷ ୩୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

ଫେଡେରାଲ ଏମରଜିନ୍ସି କ୍ରାଇଲସିସ ଏଣ୍ଡ ଡିଜାଷ୍ଟର୍ସ ପ୍ରସିକ୍ୟୁସନ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ ଚେତାବନୀ ଦିଆଯାଇଛିଯେ  ଏବେ ସୋସିଡଆଲ ମିଡିଆରେ ସେୟାର କରାଯାଉଥିବା ଫଟୋ ଭିଡିଓରେ କରୋନା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ଅତ୍ୟାବଶ୍ୟକ ପଦକ୍ଷେପର ଥଟ୍ଟା ପରିହାସ କରାଯାଇଛି। ଆମେ ସମସ୍ତ ଲୋକଙ୍କୁ ଅପିଲ କରୁଛୁ ଏପରି କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ ନହେଲେ ଆପଣଙ୍କୁ ନୂଆ ଆଇନ ଅଧୀନରେ ଦଣ୍ଡ ବିଧାନ କରା ଯାଇପାରେ ।

ସୂଚନାଥାଉକି ମଙ୍ଗଳବାର ୟୁଏଇରେ ୨,୫୧୧ ଟି କରେନାର ନୂଆ ମାମଲା ଦେଖିବାକୁ ମିଳିଛି। ଗତ ବର୍ଷ ଅନ୍ୟ ଦେଶମାନଙ୍କ ଭଳି ୟୁଏଇରେ ମଧ୍ୟ ଓମିକ୍ରନର ଭୟାବହତା ଦେଖାଦେଇଥିଲା। ଏହାକୁ ଦେଖି ସରକାର ସେଠାରେ ସମସ୍ତ ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ ।    

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.