News

ଓଡ଼ିଶାର ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

ଇମ୍ଫାର ଇମ୍ପାକ୍ଟ (Indian Metals Public Charitable Trust) ପକ୍ଷରୁ ୩୯ ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ଶତ୍ରୁଘ୍ନ ପାଣ୍ଡବ ପାଇବେ ୩୯ତମ ଶାରଳା ପୁରସ୍କାର। ଅନନ୍ୟ ସୃଷ୍ଟି ‘ମିଶ୍ର ଧ୍ରୁପଦ’ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଶୁକ୍ରବାର ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁରସ୍କାର ବାବଦ ଦାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

panab ଶାରଳା ଓଡ଼ିଶାର ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର pandab

ଏହାବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସଙ୍ଗୀତ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ଚଳିତବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଉମେଶ ଚନ୍ଦ୍ର କର ଏବଂ ଚିତ୍ରକଳା କ୍ଷେତ୍ରରେ ବିନୋଦ ମହାରଣାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।

ଇମ୍ପାକ୍ଟ ପକ୍ଷରୁ ଆଗାମୀ ଅକ୍ଟୋବର୨୬ ତାରିଖରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶତ୍ରୁଘ୍ନ ପାଣ୍ଡବ ଶାରଳା ପୁରସ୍କାର ଗ୍ରହଣ କରିବେ। ଏହି ଉତ୍ସବରେ ବିଶିଷ୍ଟ ହିନ୍ଦୀ ଲେଖକ ଗୋବିନ୍ଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ;ଦିଲ୍ଲୀର ଦ୍ୱାରକାରେ ଉଦଘାଟିତ ହେଲା ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର

Related posts

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ଲିଙ୍କ କେମିତି କରିବେ ଜାଣନ୍ତୁ

ENO Beuro

973 MSME Units Get Incentives In Odisha – Chief Minister Naveen Patnaik

ENO Beuro

ସୁପ୍ରିମକୋର୍ଟ ବିବାଦର ଆଜି ହୋଇପାରେ ସମାଧାନ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More