News

ପାକିସ୍ତାନରେ ନିର୍ବାଚନ ଲଢିବେ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ଭଉଣୀ

ବଲିଉଡ୍‍ ତାରକା ଶାହରୁଖ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍‍ ଜେହାନ୍‍ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୁର୍‍ ହେଉଛନ୍ତି ଶାହରୁଖଙ୍କ ବଡ଼ବାପା ଝିଅ ଭଉଣୀ। ସେ ପରିବାର ସହିତ ଦୁଇଥର ମୁମ୍ବାଇ ଆସି ଭାଇଙ୍କ ଘର ବୁଲାବୁଲି କରି ଯାଇଛନ୍ତି। ସେ ପାକିସ୍ତାନରେ ରହନ୍ତି। କିନ୍ତୁ ଶାହାରୁଖ୍‌ ଖାନଙ୍କ ସହିତ ନୁରଜାହାଁଙ୍କର ସଂପର୍କ ଅତି ନିବିଡ। ସେ ମହିଳାଙ୍କ ପାଇଁ ସଂରକ୍ଷିତ ପେଶାୱାରର ପିକେ-୭୭ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ଭାବେ ସାଂସଦ ପ୍ରାର୍ଥୀ ହେବାକୁ ଯାଉଛନ୍ତି ଓ ଏଥିପାଇଁ ଗୁରୁବାର ପ୍ରାର୍ôଥପତ୍ର ସଂଗ୍ରହ କରିଛନ୍ତି। ନୁର୍‍ଙ୍କ ଭାଇ ମନସୁର୍‍ ତାଙ୍କ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନୁର୍‍ଙ୍କ ପରିବାର ପାକିସ୍ତାନରେ ‘ବଚା ଖାଁ’ ଭାବେ ପରିଚିତ ବିଶିଷ୍ଟ ସଂଗ୍ରାମୀ ଖାଁ ଅବଦୁଲ ଗଫୁର ଖାଁଙ୍କ ‘ଖୁଦାଇ ଖିଦମତଗର୍‍ ଅଭିଯାନ’ରେ ସଂଶ୍ଳିଷ୍ଟ ଥିଲେ।ପରିବାରର ରାଜନୈତିକ ସମ୍ପୃକ୍ତିକୁ ନେଇ ନୁର୍‍ ପୂର୍ବରୁ କାଉନ୍‍ସିଲର ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନରେ ବିଜୟୀ ହେଲେ ମହିଳାଙ୍କ ପାଇଁ କାମ କରିବେ ବୋଲି ନୁର୍‍ କହିଛନ୍ତି।

ପଢନ୍ତୁ; ଏଥର ରଜରେ ସଲମାନ ଖାନ ସହ ଲଢିବ ୪ଇଡିଅଟସ

Related posts

ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

ENO Beuro

‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯’ ସମ୍ମାନିତ ହେଲେ ଅଂଶୁମାନ

Ratnamani Moharana

ଜମ୍ମୁ-କାଶ୍ମୀର:ଆତଙ୍କବାଦୀ ଆକ୍ରମଣ,୪ ବିଏସ୍‌ଏଫ୍‌ ଯବାନ ସହିଦ

ENO Beuro

Leave a Comment