ହୃଦୟ ଚୋରି ଅଭିଯୋଗ,ଥାନାରେ ଏତଲା ଦେଲେ ଯୁବକ

heart

ମହାରାଷ୍ଟ୍ରର ନାଗପୁର ସହରରେ ନିକଟରେ ପୁଲିସକୁ ଏକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଏଠାରେ ଜଣେ ଯୁବକ ନିଜ ହୃଦୟ ଚୋରି ହୋଇଯାଇଥିବା ଅଭିଯୋଗ ନେଇ ଥାନାରେ ପହଞ୍ଚିଛନ୍ତି। ଜଣେ ଝିଅ ତାଙ୍କ ହୃଦୟ ଚୋରି କରିନେଇଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

heart

ପ୍ରଥମେ ନାଗପୁର ପୋଲିସ ଏଭଳି ଅଜବ ଏତଲା ରଖିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ସମାଧାନର ସୁତ୍ର ବାହାର କରିବା ପାଇଁ ଉଚ୍ଚ ଅଧିକାରୀଙ୍କ ସାହାରା ନେଇଥିଲେ। ବହୁ ଆଲୋଚନା ହେବାପରେ ମାମଲାର ସମାଧାନ ପାଇଁ ଆମ ପାଖରେ କୌଣସି ରାସ୍ତା ନାହିଁ ବୋଲି ଯୁବକଙ୍କ ପୋଲିସ ଅଧିକାରୀମାନେ କହିଥିଲେ। ପରେ ଯୁବକ ଜଣକ ଥାନାରୁ ଫେରିଥିଲେ।

ସୂଚନାଯୋଗ୍ୟ,ପୁଲିସ୍‌ ନିକଟକୁ ଅନେକ ଜିନିଷ ଚୋରି ହେବାର ଅଭିଯୋଗ ଆସେ, ଯେପରିକି ମୋବାଇଲ୍‌, ବାଇକ୍‌ ଏବଂ ସୁନାଗହଣା ଇତ୍ୟାଦି। ଏଥର କିନ୍ତୁ ମାମଲା ଟିକେ ନିଆରା। ତେଣୁ ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ପରାମର୍ଶ ପାଇଁ ଯୋଗାଯୋଗ କରିଥିଲେ।

ପଢନ୍ତୁ;  ରାୟଗଡାର ସିଙ୍ଗାପୁର ରେଳଧାରଣାରେ ଫାଟ,ଟ୍ରେନ୍ ଚଳାଚଳ ପ୍ରଭାବିତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More