Loading...

ଆଜି ପାକିସ୍ତାନ ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ଆଜି ପାକିସ୍ତାନ ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ପଡୋଶୀ ପାକିସ୍ତାନରେ ଥମିପାରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ସଂକଟ । ଆଜି ସଂସଦରେ ନିର୍ବାଚିତ ହେବେ ନୂଆ ପ୍ରଧାନମନ୍ତ୍ରୀ ।

ପଡୋଶୀ ପାକିସ୍ତାନରେ ଥମିପାରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ସଂକଟ । ଆଜି ସଂସଦରେ ନିର୍ବାଚିତ ହେବେ ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଚୟନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇଛି । ସଂଯୁକ୍ତ ବିରୋଧୀ ଦଳ ପକ୍ଷରୁ ପିଏମ୍ଏଲ୍-ଏନ୍ ନେତା ଶାହବାଜ ସରିଫ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହା ମେହମୁଦ କ୍ୟୁରେସୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।ଆଜି ଅପରାହ୍ଣ ୨ଟାରେ ସଂସଦର ଅଧିବେଶନ ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଭୋଟିଂ କରାଯିବ । ତେବେ ବିରୋଧୀ ଦଳ ପାଖରେ ସାଂସଦଙ୍କ ସଂଖ୍ୟା ବଳ ଥିବାରୁ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେପଟେ ସତା ପରିବର୍ତନକୁ ନେଇ ମିଳିତ ବିରୋଧୀ ଦଳଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଟୁଇଟରେ ସେ ଲେଖିଛନ୍ତି ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହେଲା । କିନ୍ତୁ ଦେଶରେ କ୍ଷମତା ପରିବର୍ତନ ପାଇଁ ବିଦେଶୀ ଷଡଯନ୍ତ୍ର ବିରୋଧରେ ଆଉ ଏକ ସ୍ୱାଧିନତା ସଂଗ୍ରାମ ଆରମ୍ଭ ହେଲା । ପାକିସ୍ତାନର ଜନତା ଦେଶର ସାର୍ବଭୌମତ୍ୱ ଓ ଗଣତନ୍ତ୍ରକୁ ବଂଚାଇବା ପାଇଁ ସବୁ ବେଳେ ଆଗକୁ ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆଗେଇ ଆସିବେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.