EnewsOdia.Com

କାରଗିଲ ଯୁଦ୍ଧକୁ ନେଇ ଆସୁଛି ଫିଲ୍ମ ‘ସେରଶାହା’

୨୦୦୩ରେ ‘ଏଲଓସି’, ୨୦୦୪ରେ ‘ଲକ୍ଷ୍ୟ’ ଓ ୨୦୦୫ରେ ଟାଙ୍ଗୋ ଚାର୍ଲି । ଇଏ ହେଉଛି ସେହି ସବୁ ସିନେମା ଯେଉଁଥିରେ ଦର୍ଶକ କାରଗିଲ ଯୁଦ୍ଧର କଥାକୁ ପରଦାରେ ଦେଖିବାକୁ ପାଇଥିଲେ । ଭାରତୀୟ ଯବାନ କିଭଳି ଶତ୍ରୁଙ୍କୁ ମାତ ଦେଇ କାରଗିଲ ଉପରେ ବିଜୟ ପତାକା ଉଡାଇଥିଲେ ଏହାକୁ ବିଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଥିଲା । ପ୍ରାୟ ୧୫ବର୍ଷର ବ୍ୟବଧାନ ପରେ ପୁଣି କାରଗିଲରେ ଭାରତୀୟ ଯବାନଙ୍କ ଐତିହାସିକ ବିଜୟ କଥାକୁ ନେଇ ନିର୍ମାଣ ହେବ ବଲିଉଡ ସିନେମା । ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେବ ଫିଲ୍ମ ସେରଶାହା ।

କାରଗିଲ ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହେବ ଏହି ସିନେମା ।   ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲୋହୋତ୍ରା ଓ କିଆରା ଆଡବାଣୀଙ୍କ ଅଭିନୟ ରହିବ ।  ଫିଲ୍ମର ନିର୍ଦ୍ଦେଶନା ବିଷ୍ଣୁବର୍ଦ୍ଧନ ଦେଇଛନ୍ତି । ସେରଶାହାର ସୁଟିଂ ଶେଷ ହୋଇଛି ଓ ଜୁଲାଇ ୩ରେ ରିଲିଜ କରାଯିବ ବୋଲି ଧର୍ମା ପ୍ରଡକ୍ସନ ଟୁଇଟ କରି ସୂଚନା ଦେଇଛି ।

ପଢନ୍ତୁ: ଭାଇରାଲ ହେଉଛି କପିଲଙ୍କ ସହ କୁନିଝିଅର ଫଟୋ

ସମ୍ବନ୍ଧିତ ଖବର

ଆଜି ପରଦାକୁ ଆସୁଛି ଭିନ୍ନସ୍ବାଦର ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍‌’

Ratnamani Maharana

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

ଆଖି ମରା ପରେ ଇଣ୍ଟରନେଟ୍‌ରେ ଛାଇଲା ପ୍ରିୟା ପ୍ରକାଶଙ୍କ ‘ଫ୍ଲାଇଂ କିସ୍‌’ ଭିଡିଓ

Ratnamani Maharana

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

Ratnamani Maharana

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା

Ratnamani Maharana