SPORTS

ଆଇପିଏଲ୍‌ରେ ଖେଳିବେ ସେହ୍ବାଗଙ୍କ ଭଣଜା

ନିଜ ଦଳ ପାଇଁ ଭଣଜାଙ୍କୁ କିଣିଲେ ମାମୁ ସେହ୍ଵାଗ

ଆଇପିଏଲ ୨୦୧୮ରେ ଏଥର କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଏମିତି ଜଣେ ଯୁବ ଖେଳାଳି ଖେଳୁଥିବା ନଜର ଆସିବେ ଯାହାଙ୍କୁ ଏକ ଖାସ୍ ମାମଲାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ତୂଳନା କରାଯାଏ। ଏହି ଖେଳାଳି ହେଉଛନ୍ତି ହିମାଚଳ ପ୍ରଦେଶର ମୟଙ୍କ ଡାଗର।  ଏହି ଖେଳାଳି କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳିବା ନଜର ଆସିବେ।ମୟଙ୍କ ସହିତ ଆଉ ଏକ ଖାସ୍ କଥା ଏହା ଯେ ସେ ପୂର୍ବତନ ଭାରତୀୟ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗଙ୍କ ଭଣଜା।

ସେହ୍ଵାଗ ଏବେ କିଙ୍ଗ୍ସ ଇଲେଭେନର ନିର୍ଦ୍ଦେଶକ ଅଛନ୍ତି ଏବଂ ଆଇପିଏଲ ନିଲାମୀ ସମୟରେ ଖେଳାଳିଙ୍କ କିଣିବାରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ସେ ଅକ୍ସନ ଟେବୁଲରେ ସହ ମାଲିକଙ୍କ ସହିତ ବସିଥିଲେ। ତାଙ୍କର ପରାମର୍ଶ ଅନୁସାରେ ପ୍ରୀତି ଜିଣ୍ଟା ବୋଲି ଲଗାଉଥିଲେ।

ନିଲାମ ସମୟରେ ସେହ୍ଵାଗ ନିଜର ଭଣଜା ମୟଙ୍କ ଡାଗରଙ୍କୁ ୨୦ ଲକ୍ଷ ଟଙ୍କାରେ ନିଜର ଦଳରେ ସାମିଲ କରିଛନ୍ତି। ମୟଙ୍କ ଅଣ୍ଡର ୧୯ ଦଳରେ ପ୍ରତିନିଧିତ୍ଵ କରି ସାରିଛନ୍ତି। ସେ ଡାହାଣହାତୀ ବ୍ୟାଟସମ୍ୟାନ ଏବଂ ବାମହାତୀ ବୋଲର। ସେ ୧୧ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭୬ ରନ କରିବା ସହିତ ୩୦ ଓ୍ଵିକେଟ୍ ନେଇଛନ୍ତି। ୧୩ଟି ଟି-୨୦ ମ୍ୟାଚରୁ ତାଙ୍କ ନାମରେ ୧୨ଟି ଓ୍ଵିକେଟ୍ ରହିଛି।

ପଢନ୍ତୁ ;

କରନ୍ତୁ ଏହି ଏକାଦଶୀ ବ୍ରତ ,ମିଳିବ ଅନେକପ୍ରକାର ସୁଫଳ

Related posts

ଏସିଆ କପ୍: ପାକିସ୍ତାନ ୩୭ ରନରେ ହାରିଲା

ENO Beuro

ପୁଣି ଥରେ ସ୍ଵର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କଲେ ଏମ୍‌ସି ମେରିକମ

ENO Beuro

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More