30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଜେଲରୁ ରାଜ କୁନ୍ଦ୍ରା ଘରକୁ ଫେରିବାପରେ ଶିଳ୍ପାଙ୍କ ଖୁସି କହିଲେନସରେ

ପର୍ଣ୍ଣୋଗ୍ରାଫି ମାମଲାରେ ଦୀର୍ଘ ୬୫ ଦିନ ଜେଲରେ ରହିବା ପରେ ଶେଷରେ ଜାମିନ ନେଇ ବାହାରକୁ ବାହାରିଛନ୍ତି ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜକୁନ୍ଦ୍ରା । କୁନ୍ଦ୍ରାଙ୍କୁ ଜାମିନ ଆବେଦନ ମିଳିବା ପରେ ସଙ୍ଗେ ସଙ୍ଗେ ସୋସିଆଲ ମିଡ଼ିଆରେ ନିଜର ଖୁସିବ୍ୟକ୍ତ କରିଛନ୍ତି ଶିଳ୍ପା । ତେବେ ଜୀବନରେ ବଡ଼ ଝଡ଼ ଆସିବା ପରେ ଭଲ ଜିନିଷ ଘଟିଥାଏ ବୋଲି ଶିଳ୍ପା କହିଛନ୍ତି ।

ଇନ୍ଦ୍ରଧନୁ ପ୍ରମାଣ କରେ ଯେ ବଡ ଝଡ଼ଝଞ୍ଜା ଆସିବା ପରେ କିଛି ସୁନ୍ଦର ଘଟଣା ଘଟିଥାଏ । ସୋମବାର ମୁମ୍ବାଇ କୋର୍ଟ ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନକୁ ଗ୍ରହଣ କରିବା ପରେ ଧଡକନ ଷ୍ଟାର ସୋସିଆଲ ମିଡ଼ିଆରେ ଏପରି ପୋଷ୍ଟ କରିଛନ୍ତି । ଏହି ମାମଲାରେ କୁନ୍ଦ୍ରାଙ୍କ ସହଯୋଗୀ ରିଆନ ଥର୍ପେଙ୍କୁ ମଧ୍ୟ ଜାମିନ ମିଳିଛି । ଏହି ଜାମିନ ପାଇଁ ଉଭୟଙ୍କୁ ୫୦ ହଜାର ଲେଖାଏଁ ଅର୍ଥରାଶି ମଧ୍ୟ ଦେବାକୁ ପଡିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଚାର୍ଜସିଟ ଦାଖଲ ହେବା ପରେ କୁନ୍ଦ୍ରାଙ୍କୁ ଜାମିନ ମିଳିଛି ବୋଲି କହିଛନ୍ତି କୁନ୍ଦ୍ରାଙ୍କ ଓକିଲ ନିରଞ୍ଜନ ମୁନ୍ଦାର୍ଗି ।

 

Related posts

ପବନର ରାଜକ୍ଷମା ଆବେଦନ ଖାରଜ

Ratnamani Maharana

ଦେଶର ପ୍ରଥମ ସିଡିଏସ୍‌ ହେଲେ ସେନାଧ୍ୟକ୍ଷ ବିପିନ୍‌ ରାଓ୍ୱତ

Ratnamani Maharana

ଏଣିକି ବସ୍ ରେ ମହିଳାଙ୍କ ସିଟ୍ ରେ ବସିବା ପଡିବ ମହଙ୍ଗା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More