26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଅଭିଯୋଗରେ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଗିରଫ

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ  ସ୍ଵାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଗିରଫ କରିଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଏବଂ କିଛି ଆପ୍ସରେ ଏହାର ପ୍ରସାରଣ କରିଥିବାର ଅଭିଯୋଗ ହୋଇଛି। ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରାଯାଇ ଏସବୁକୁ କିଛି ଆପ୍‌ରେ ଅପଲୋଡ଼ କରାଯାଇଥିବା ନେଇ ଚଳିତ ବର୍ଷ ଫେବୃଆରୀ ୨୧ରେ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ରାଜ୍‌ କୁନ୍ଦ୍ରାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସେକୌଣସି ଭୁଲ୍‌ କରି ନାହାନ୍ତି ବୋଲି ରାଜ୍‌ କୁନ୍ଦ୍ରା କହିଥିଲେ। ଏହାସହ ସେ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ।

ସୂଚନାଯୋଗ୍ୟ, ସୋମବାର କ୍ରାଇମବ୍ରାଞ୍ଚ ପ୍ରଥମେ ରାଜ କୁନ୍ଦ୍ରାଙ୍କୁ ଜେରା ପାଇଁ ଡକାଇଥିଲା ଏବଂ ପରେ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ରାଜ କୁନ୍ଦ୍ରା ଅନେକ ବିବାଦରେ ଫସିଛନ୍ତି। ସେ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି।

ପଢନ୍ତୁ: ଓଡିଶା ବେଳାଭୂମିରେ ମିଳିବ ଗୋଆର ମଜା

Related posts

୮୪ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ କରିଦେବ ଚୀନ୍

Ratnamani Maharana

ଆଡମିସନ, ରିଆଡମିସନ ଓ ପରୀକ୍ଷା ଫିସରୁ ଅତିରିକ୍ତ ବୋଝକୁ ବାଦ୍ ଦେବାକୁ ଏବିଭିପିର ଦାବି

Ratnamani Maharana

CBI ତଦନ୍ତ ପାଇଁ ହାଇକୋର୍ଟରେ ACF ସୌମ୍ୟ ମୃତ୍ୟୁ ମାମଲା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More