EnewsOdia.Com

ପୁଣି ଏକ କନ୍ୟାସନ୍ତାନର ମା’ ହେଲେ ଶିଳ୍ପା ଶେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ପୁଣି ଥରେ ମା’ ହୋଇଛନ୍ତି। ଗତ ୧୫ ତାରିଖ ଦିନ ସରୋଗେସି ପ୍ରକ୍ରିୟାରେ ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ୍‌ କରି ଶିଳ୍ପା ଏ ସମ୍ପର୍କିତ ସୂଚନା ଦେଇଛନ୍ତି।ଫଟୋରେ ତାଙ୍କ କୁନି ଝିଅର କେବଳ ହାତଟି ହିଁ ଦେଖାଯାଉଛି। ତାଙ୍କର ଏକ ଆଙ୍ଗୁଳିରେ କୁନି ଝିଅର ପାପୁଲି ରହିଛି। ଫଟୋଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି- ଆମ ପ୍ରାର୍ଥନାର ଫଳ ମିଳିଯାଇଛି। ଏହା ସହିତ ସେ ତାଙ୍କ ଝିଅର ନାଁ ସମୀଷା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି।

ସୂଚନାଯୋଗ୍ୟ, ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କର ବାହାଘର ୨୦୦୯ ନଭେମ୍ବର ୨୨ରେ ହୋଇଥିଲା। ୨୦୧୨ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ତାଙ୍କ ନାଁ ଭିଆନ୍‌ ରାଜ୍‌ କୁନ୍ଦ୍ରା। ତେବେ ୮ ବର୍ଷ ପରେ ସରୋଗେସି ମାଧ୍ୟମରେ ଶିଳ୍ପା ଆଉ ଏକ ସନ୍ତାନର ମା’ ହୋଇଛନ୍ତି।ଶିଳ୍ପା ବଡ଼ ପରଦାରୁ ବହୁତ ଦିନ ହେବ ଦୂରେଇ ରହିବା ପରେ ପୁଣି କମ୍‌ବ୍ୟାକ୍ କରୁଛନ୍ତି। ଆଗକୁ ତାଙ୍କ ଫିଲ୍ମ ‘ନିକମ୍ମା’ ଆସିବ। ଏହାପରେ ସେ ପରେଶ ରାୱଲଙ୍କ ସହ ‘ହଙ୍ଗାମା’ ଫିଲ୍ମର ସିକ୍ୱେଲ୍‌ରେ ନଜର ଆସିବେ। ବଲିଉଡ୍‌କୁ ତାଙ୍କ କମ୍‌ବ୍ୟାକ୍‌ ନେଇ ସେ ଓ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ପଢନ୍ତୁ: ଆଖି ମରା ପରେ ଇଣ୍ଟରନେଟ୍‌ରେ ଛାଇଲା ପ୍ରିୟା ପ୍ରକାଶଙ୍କ ‘ଫ୍ଲାଇଂ କିସ୍‌’ ଭିଡିଓ

ସମ୍ବନ୍ଧିତ ଖବର

କହ୍ନେୟାଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା

Ratnamani Maharana

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

Ratnamani Maharana

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

Ratnamani Maharana

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ପ୍ରତାପ ଷଢଙ୍ଗୀ

Ratnamani Maharana

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

ଏଣିକି ବିମାନରେ ମିଳିବ ଇଣ୍ଟରନେଟ୍‌ ସେବା

Ratnamani Maharana