Entertainment

‘ଭାଭିଜୀ ଘର ପର୍‌ ହୈ’ର ନିର୍ମାତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗକୁ ଫେରାଇ ନେଲେ ଶିଳ୍ପା ସିନ୍ଦେ

By ENO Beuro

February 17, 2018

“ପୁଣି ଥରେ ଚର୍ଚ୍ଚାରେ ଶିଳ୍ପା ସିନ୍ଦେ”

‘ଭାବିଜୀ ଘର ପେ ହୈ’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶିଳ୍ପା ସିନ୍ଧେ ପୁଣିଥରେ ଚର୍ଚ୍ଚାରେ। ‘ବିଗବସ-୧୧’ର ବିଜୟନୀ ଶିଳ୍ପା ସିନ୍ଦେ ,‘ଭାଭିଜୀ ଘର ପର୍‌ ହୈ’ର ନିର୍ମାତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏବେ ଏହାକୁ ଫେରାଇ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ଶିଳ୍ପା ହଠାତ ଏପରି ନିଷ୍ପତି ନେବା କାରଣ କ’ଣ ? ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ । ତାଙ୍କର ଏପରି ନିଷ୍ପତିକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି।

ଭାବିଜୀ ଶିଳ୍ପା ‘ଏନଡି ଟିଭି’ର ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପର ହୈ’ରେ ଅଙ୍ଗୁରୀ ଭାବୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସୋ’ରେ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରସଂଶା କରିଥିଲେ । କିନ୍ତୁ ଏହି ଧାରାବାହିକର ନିର୍ମାତା ସହ ବିବାଦ ହେବା ପରେ ସେ ସୋ’ ଛାଡି ଦେଇଥିଲେ ।

ଶିଳ୍ପା ସୋ’ ଛାଡିବା ପରେ ନିର୍ମାତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଣି ଶିଳ୍ପା ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ । ଶିଳ୍ପା କିଛି ଦିନ ପୂର୍ବରୁ କଲର୍ସ ଚ୍ୟାନେଲ ସୋ’ ‘ବିଗବସ-୧୧’ରେ ପ୍ରତିଯୋଗୀ ରୂପେ ସାମିଲ ହୋଇଥିଲେ । ଏହି ସୋ’ରେ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବଂ ସୋ’ରେ ଟାଇଟଲ ମଧ୍ୟ ହାସଲ କରିଥିଲେ । ଏବେ ଶିଳ୍ପା ‘ବିଗ ବସ-୧୧’ରେ ବିଜୟନୀ ହେବା ପରେ ନିର୍ମାତା ଉପରେ ଆଣିଥିବା ଅଭିଯୋଗକୁ ଫେରାଇ ନେଇଛନ୍ତି।

ଖବର ଅନୁଯାୟୀ, ଶିଳ୍ପାଙ୍କୁ ପ୍ରଡକ୍ସନ ହାଉସରୁ ବଳକା ରାଶି ମିଳିଯାଇଛି, ଯେଉଁ କାରଣରୁ ଏହି ଅଭିଯୋଗକୁ ଶିଳ୍ପା ଫେରାଇ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଶିଳ୍ପା ଏକ ସାକ୍ଷାତକାରରେ କହିଥିଲେ ଯେ ‘ ଆଶ୍ୱର୍ଯ୍ୟର କଥା ଏହା କି ଏହି କେସ ହେବା ପରେ ନିର୍ମାତା ଏବଂ ଅନ୍ୟ କେତେକ କଳାକାର ମୋ ପାଖକୁ ଆସିଥିଲେ । କିନ୍ତୁ ଯେତେବେଳେ ମୁଁ ଅସୁବିଧାରେ ପଡିଥିଲି ସେତେବେଳେ ମୋ ପାଖକୁ କେହି ଆସି ନଥିଲେ । କିନ୍ତୁ ଏଥିରେ ସମସ୍ତେ ମୋ ପାଖକୁ ଆସି ଏହି କେସକୁ ସମାପ୍ତ କରିବା ପାଇଁ କହିଥିଲେ । ଶିଳ୍ପା ଏହା ବ୍ୟତୀତ କହିଥିଲେ ‘ସିନେ ଏଣ୍ଡ ଟିଭି ଆସୋସିଏସନ’ କାମ କରିବା ପରେ ବି ମୋର ତିନି ମାସର ଟଙ୍କା ଦେଇନଥିଲେ । ଏବେ ମୋତେ ସେସବୁ ମିଳି ଯାଇଛି।

ପଢନ୍ତୁ;

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ