News

ସ୍ୱଚ୍ଛ ମିଶନରେ ସହଯୋଗ ପାଇଁ ପ୍ରସ୍ତାବ ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ୱଚ୍ଛ ଭାରତ ମିଶନରେ ସହଯୋଗ କରିବା ଲାଗି ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏକ ଲିଖିତ ବାର୍ତ୍ତାରେ ଶ୍ରୀ ଆବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱଚ୍ଛ ମିଶନ ପଦକ୍ଷେପକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ସହିତ ସହଯୋଗ କରିବାକୁ ଜାପାନ ଚାହୁଁଛି ।

ଶ୍ରୀ ଆବେ ଏସିଆରେ ସ୍ୱଚ୍ଛ ସମାଜର ପରିକଳ୍ପନାକୁ ସାକାର କରିବା ପ୍ରତି ଜାପାନର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ଏବଂ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ସମ୍ମିଳନୀର ସଫଳତା ଲାଗି ଭାରତକୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଆବେ ନିଜ ବାର୍ତ୍ତାରେ କହିଛନ୍ତି, “ସ୍ୱଚ୍ଛ ଜଳ ଏବଂ ପରିମଳ ସ୍ଥିତିରେ ସୁଧାର ଆଣିବା ବିଶ୍ୱ ସମ୍ମୁଖରେ ଏକ ସହଭାଗୀ ଆହ୍ୱାନ । ଆମେ ଆଶା କରୁଛି ଯେ ଏହି ସମ୍ମିଳନୀରେ ସକ୍ରିୟ ବିଚାର-ବିମର୍ଶ ଜରିଆରେ ଏହି ଆହ୍ୱାନ ସହ ମୁକାବିଲା କରିବା ପ୍ରୟାସରେ ଆହୁରି ଅଗ୍ରଗତି ହାସଲ ହୋଇପାରିବ ।

japan

ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମିଳନୀ (ଏମଜିଆଇଏସସି) ଚାରି ଦିନର ଅନ୍ତର୍ଜାତୀୟ ସମ୍ମିଳନୀ ଥିଲା, ଏଥିରେ ସାରା ବିଶ୍ୱର ସ୍ୱଚ୍ଛତା ମନ୍ତ୍ରୀ ଏବଂ ଡବ୍ଲୁଏଏସଏଚ (ଜଳ, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ)ର ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ । ସମ୍ମିଳନୀରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତିବିଶେଷ ଭାଗ ନେଇଥିଲେ । ଭାରତର ରାଷ୍ଟ୍ରପତି ଏହାର ଉଦଘାଟନ କରିଥିବା ବେଳେ ଉପରାଷ୍ଟ୍ରପତି ଏଥିରେ ଉଦବୋଧନ ଦେଇଥିଲେ । ଅକ୍ଟୋବର 02, 2018 ଗାନ୍ଧୀ ଜୟନ୍ତୀ ଦିନ ସମ୍ମିଳନୀ ଉଦଯାପିତ ହୋଇଥିଲା, ଏହି ଦିନଟିକୁ ସ୍ୱଚ୍ଛ ଭାରତ ଦିବସ ରୂପରେ ମଧ୍ୟ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ସମାପନ ସମାରୋହରେ ଉଦବୋଧନ ଦେଇଥିଲେ।

ପଢନ୍ତୁ; ଆସନ୍ତୁ ଜାଣିବା ଡିପ୍ରେସନର ଶାରୀରିକ ଲକ୍ଷଣ

Related posts

ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ

ENO Beuro

Patanjali Ayurveda Among Top 10 Most Influential Brand in India

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More