EnewsOdia.Com

ସାଇବାବାଙ୍କ ଜନ୍ମସ୍ଥଳୀ ବିବାଦର ସମାଧାନ, CMଙ୍କ ସହ ବୈଠକରେ ଶିରିଡିବାସୀ ସନ୍ତୁଷ୍ଟ

ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦର ରବିବାର ସମାଧାନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ନେଇ ଏକ ବୈଠକ ଡାକିଥିବା ବେଳେ ନିଷ୍ପତ୍ତିକୁ ଶିରିଡିବାସୀ ସ୍ୱାଗତ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଠାକରେ ସାଇବାବାଙ୍କ ଜନ୍ମସ୍ଥାନ ପାଥରୀକୁ ଏକ ତୀର୍ଥସ୍ଥାନ ଭାବେ ବିକାଶ କରିବାକୁ ଦେଇଥିବା ପ୍ରସ୍ତାବକୁ ଶିରିଡି ବାସିନ୍ଦା ଗ୍ରହଣ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସବୁ ଦାବି ମାନି ନେଇଛନ୍ତି ବୋଲି ଟ୍ରଷ୍ଟର ସଦସ୍ୟ କମଲାକର କୋଠୋ କହିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ଆଗକୁ ଆଉ କୌଣସି ପ୍ରକାରର ବିବାଦୀୟ ବୟାନ ଦେବେ ନାହିଁ ବୋଲି ଟ୍ରଷ୍ଟର ସଦସ୍ୟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ପାଥରୀକୁ ସାଇବାବାଙ୍କ ଜନ୍ମସ୍ଥାନ ବିବେଚନା କରି ଏହାକୁ ଏକ ଧାର୍ମିକ ସ୍ଥଳ ଭାବେ ବିକଶିତ କରିବାନେଇ ଉଦ୍ଧବଙ୍କ ନିଷ୍ପତ୍ତିକୁ ବିରୋଧ କରି ଗତକାଲି ଶିରିଡିରେ ଭକ୍ତମାନେ ଆନ୍ଦୋଳନ କରିଥିଲେ। ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡକାଯାଇଥିବା ଏହି ଆନ୍ଦୋଳନକୁ ପରେ ବନ୍ଦ କରି ଦିଆଯାଇଥିଲା।  ତେବେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅନଭିଜ୍ଞ ଥିବା ନେଇ ଜଣାଇବାରୁ ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଯାଇଛି।

ପଢନ୍ତୁ: ବ୍ୟାନ୍ ହେବ ପବଜୀ ଗେମ୍!

ସମ୍ବନ୍ଧିତ ଖବର

ସମୁଦ୍ର ମଝିରେ ବୁଡିଗଲା ଡଙ୍ଗା

Ratnamani Maharana

ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

Ratnamani Maharana

କରୋନା ଆକ୍ରାନ୍ତଙ୍କ ସହାୟତା ଲାଗି ସାହାଯ୍ୟର ହାତ ବଢ଼ାଇଲା ଭାରତ

Ratnamani Maharana

ଜାନୁଆରି ୪ରୁ ହେବାକୁ ଯାଉଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦

Ratnamani Maharana

ମହଙ୍ଗା ହେବ ଚିନି!

Ratnamani Maharana

ଅଣାୟତ୍ତ ହେଉଛି କରୋନା, ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

Ratnamani Maharana