News

୧୧ ଦିନରେ ବାବା ଶିରିଡ଼ି ସାଇ ମନ୍ଦିରକୁ ୧୪. ୫୪ କୋଟି ଟଙ୍କା ଦାନ

baba

ବାବା ଶିରିଡ଼ି ସାଇ ମନ୍ଦିରରେ ଡିସେମ୍ବର ୨୨ଠାରୁ ଜାନୁୟାରୀ ୧ ମଧ୍ୟରେ ୧୪.୫୪ କୋଟି ଟଙ୍କା ଦାନ କରାଯାଇଛି। ୧୧ ଦିନ ମଧ୍ୟରେ ଭାରତ ଏବଂ ଅନ୍ୟ ୧୯ଟି ଦେଶର ୯.୫ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିବା କୁହାଯାଉଛି।

baba

ଏହି ସମୟ ମଧ୍ୟରେ ଦର୍ଶନାର୍ଥେ ୯.୫ ଲକ୍ଷ ଭକ୍ତ ଆସିଥିଲେ ବୋଲି ହିସାବରୁ ଜଣାପଡ଼ିଛି। ବଡ଼ଦିନ ଛୁଟି ଥିବାରୁ ଯାତ୍ରୀ ସଂଖ୍ୟା ଅଧିକ ହୋଇଥିଲେ। କିନ୍ତୁ ଗତ ୨୦୧୭/୧୮ ବର୍ଷର ଏହି ସମୟ ସୀମା ମଧ୍ୟରେ ମିଳିଥିବା ଦାନ ଅର୍ଥ ତୁଳନାରେ ଏବର୍ଷର ଦାନ ଅର୍ଥ କମ୍‌।

ମିଳିଥିବା ଦାନ ମଧ୍ୟରେ ୧୯ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ସେହିପରି ଅନ୍‌ଲାଇନ୍‌ ପଞ୍ଜିକରଣରେ ମନ୍ଦିର ହୁଣ୍ଡିରେ ୩.୬୨ କୋଟି ଟଙ୍କା ଜମା ହୋଇଥିବା ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ହୁଣ୍ଡିରେ ୩୦.୬୩ ଲକ୍ଷ ବିଦେଶୀ ଟଙ୍କା ଜମା ହୋଇଛି। ଦାନପାତ୍ରରେ ୮.୦୫ କୋଟି ଏବଂ ଅନ୍‌ଲାଇନ୍‌, ଚେକ୍‌ ତଥା ଡିଡି ମାଧ୍ୟମରେ ୬ କୋଟି ଟଙ୍କା ମିଳିଥିବା କୁହାଯାଉଛି।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ମଲାଇ ଟିକ୍କା’

Related posts

ଆବଣ୍ଟନର ସ୍ୱଚ୍ଛତା ପାଇଁ ରୋଷ୍ଟର ପ୍ରଣାଳୀର ଘୋଷଣା କଲେ : ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

ଯାତ୍ରୀଙ୍କୁ ଧମକ ଦେଲେ ଇଣ୍ଡିଗୋ କର୍ମଚାରୀ

ENO Beuro

ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ

ENO Beuro

Leave a Comment