Loading...

ଅଧାରୁ ବନ୍ଦ ହେଲା ଶିଶିର ସରସ ମେଳା

ଅଧାରୁ ବନ୍ଦ ହେଲା ଶିଶିର ସରସ ମେଳା

ବନ୍ଦ ହେଲା ଶିଶିର ସରସ । କୋଭିଡ ଗାଇଡ ଲାଇନ ଉଲ୍ଲଘଂନ ହେବାରୁ ଶନିବାର ସନ୍ଧ୍ୟାରେ ହଠାତ ଶିଶିର ସରସ ମେଳାକୁ ବନ୍ଦ କରି ଦିଆଯାଇଛି ।

ବନ୍ଦ ହେଲା ଶିଶିର ସରସ । କୋଭିଡ ଗାଇଡ ଲାଇନ ଉଲ୍ଲଘଂନ ହେବାରୁ ଶନିବାର ସନ୍ଧ୍ୟାରେ ହଠାତ ଶିଶିର ସରସ ମେଳାକୁ ବନ୍ଦ କରି ଦିଆଯାଇଛି । ତରବରିଆ ଭାବେ ମେଳାକୁ ବନ୍ଦ କରିବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ନିରାଶ ହୋଇଛନ୍ତି । ଶିତୁଆ ସନ୍ଧ୍ୟାର ଶିଶିର ସରସରେ ପଡିଲା ତାଲା ।

ଗାଇଡ଼ ଲାଇନକୁ ଅଣଦେଖା କରିବାରୁ, ଅଧାରୁ ବନ୍ଦ ହେଲା ମେଳା । ହଠାତ ସନ୍ଧ୍ୟା ୭ ଟାରେ ମେଳା ବନ୍ଦକରି ଚାଲି ଯିବାକୁ ବ୍ୟବସାୟୀଙ୍କୁ ନିର୍ଦେଶ ଦିଆଗଲା । ଫଳରେ ବାଧ୍ୟହୋଇ ବ୍ୟବସାୟୀ ଦୋକାନ ବନ୍ଦ କରିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରରୁ ଆସିଥିବା ବ୍ୟବସାୟୀ ନିରାଶ ହୋଇଛନ୍ତି । ଏପଟେ ଜାନୁଆରୀ ଗାଇଡ଼ ଲାଇନ ରେ ମେଳା ଅୟୋଜନକୁ ବାରଣ କରାଯାଇଥିଲେ ମଧ୍ୟ କିପରି ମେଳା ଚାଲିଥିଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ପଞ୍ଚାୟତିରାଜ ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା, ଜାନୁଆରୀ ୬ ତାରିଖ ଯାଏଁ ଆୟୋଜନ କରାଯାଇଥିଲା । କିନ୍ତୁ ଆୟୋଜକଙ୍କ ଏଭଳି ନିଷ୍ପତି ପରେ ନିରାଶ ବ୍ୟବସାୟୀ, ନିରାଶ ରାଜଧାନୀ ବାସିନ୍ଦା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.