EnewsOdia.Com

୨୧ରେ ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ  ମହାଶିବରାତ୍ରି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ସାଢେ ୩ ଟାରୁ ସାହାଣମେଲା ଦର୍ଶନ କରିପାରିବେ ବୋଲି ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଏହି ନୀତିକାନ୍ତି ଠିକ୍‌ ସମୟରେ ଓ ସୁଚାରୂ ରୂପେ କରିବା ପାଇଁ ବିଭିନ୍ନ ନିଯୋଗ ସହିତ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏହା ସହିତ ମନ୍ଦିର ଭିତର ଥିବା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ମନ୍ଦିର ଭିତରେ ଓ ବାହାରେ ଆଲୋକସଜ୍ଜା,ବ୍ୟାରିକେଡ,ପାନୀୟଜଳ ସୁବିଧା,ପରିମଳ ବ୍ୟବସ୍ଥା,ଟ୍ରାଫିକ ମ୍ୟାନେଜମେଣ୍ଟ ,ସୂଚନା କେନ୍ଦ୍ର ସ୍ଥାପନ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୫ ତାରିଖରେ ଏହି ସବୁ କାର୍ଯ୍ୟ ଅଗ୍ରଗତି ନେଇ ପୁଣି ଥରେ ସମୀକ୍ଷା ବୈଠକ ହେବ ।

ପଢନ୍ତୁ: ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

 

ସମ୍ବନ୍ଧିତ ଖବର

ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

Ratnamani Maharana

ଅଷ୍ଟମ ଥର ଲାଗି ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

Ratnamani Maharana

ନବୀନଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

Ratnamani Maharana

ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ

Ratnamani Maharana

ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

Ratnamani Maharana

ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana