News

ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

mp

ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ସରକାର ଗଠନ ପାଇଁ ମଧ୍ୟ ସେ ଦାବି କରିବେନି ଏବଂ ଜନଦେଷ ଆଗରେ ମୁଣ୍ଡ ନୁଆଁଇଛନ୍ତି ବୋଲି କହିଛନ୍ତି ।

mp

ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ରାଜଭବନରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମଧ୍ୟପ୍ରଦେଶରେ ୨୩୦ଟି ଆସନରୁ ୧୦୯ଟି ସିଟ୍‌ ଭାଜପା ହାତକୁ ଯାଇଥିବାବେଳେ ୧୧୪ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି। ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ବାଧୀନକୁ ୪ଟି ଆସନ ମିଳିଛି।

ସୂଚନାଯୋଗ୍ୟ,ମଧ୍ୟପ୍ରଦେଶରେ କଂଗ୍ରେସ ଶାସନ କରିବ ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା କିଏ ମୁଖ୍ୟମନ୍ତ୍ରୀ ହେବେ, ତାହା ସ୍ପଷ୍ଟ ହୋଇନି। ମୁଖ୍ୟମନ୍ତ୍ରୀ ପାଇଁ କମଲ୍‌ନାଥ୍ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦାବିଦାର ଅଛନ୍ତି। ଦଳ ପକ୍ଷରୁ ବି ଏନେଇ କିଛି ସୂଚନା ଦିଆଯାଇ ନାହିଁ। ଯାହା ସୂଚନା ମିଳୁଛି, ଏନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ନିଆଯାଉଛି।

ପଢନ୍ତୁ; ଆଇପିଏଲ-୧୨ ନିଲାମ: ଚୂଡାନ୍ତ ତାଲିକାରେ ୩୪୬ ଖେଳାଳି

Related posts

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା

ENO Beuro

ଶ୍ରଦ୍ଧାଞ୍ଜଳି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ENO Beuro

Leave a Comment