News

କୁମ୍ଭାରୀ ନିର୍ବାଚନୀ ସଭାରେ ଅଭାବନୀୟ କାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ

-ନବୀନଙ୍କୁ ଆକ୍ରମଣ-

ବିଜେପୁର ଉପନିର୍ବାଚନ ପାଇଁ ବରପାଲି ବ୍ଲକର କୁମ୍ଭାରୀ ଗାଁ ବିଜେଡିର ଦଳୀୟ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଉପରକୁ ଜଣେ ଯୁବକ ଜୋତା ଫିଙ୍ଗିଛନ୍ତି । ସଭା ଚାଲୁଥିବା ସମୟରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ ଯୁବକ ଜଣକ ଫିଙ୍ଗିଥିବା ଜୋତା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନଥିଲା । କିନ୍ତୁ ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଲଖ୍ୟ କରି ଫିଙ୍ଗିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଯୁବକଙ୍କୁ କାବୁ କରି ନେଇଥିଲେ।

ମଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ସଂପୃକ୍ତ ଯୁବକ ଜଣକ ନାଁ କାର୍ତ୍ତିକ ମେହେର ଓ ଘର ପଦ୍ମପୁର ବୋଲି ବରପାଲି ଥାନା ଆଇଆଇସି ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେର ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। କାର୍ତ୍ତିକ କହିଛନ୍ତି ଯେ,“ ତିନି ଜଣ ବ୍ୟକ୍ତିଙ୍କ କହିବାନୁସାରେ ମୁଁ ଏହି କାମ କରିଛି । କିନ୍ତୁ ସେ ତିନି ଜଣ ବ୍ୟକ୍ତି କିଏ କହିବାକୁ କାର୍ତ୍ତିକ ମନା କରିଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ କେଉଁ ଦଳକୁ ସମର୍ଥନ କରେ ନାହିଁ। ମୋତେ ବିଜେଡି, ବିଜେପି ଓ କଂଗ୍ରେସ କେହି ଦଳ ବି କହିଥାଇପାରନ୍ତି। ଲୋକ ଯାହାକୁ ଭୋଟ ଦେବେ ଏତେ ଭାଷଣ ଦରକାର ନାହିଁ” ବୋଲି ଯୁବକ ଜଣକ କହିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ନବୀନଙ୍କ ପ୍ରତି ଜନ ଆକ୍ରୋଶର ଏହା ପ୍ରତିଫଳନ । ଲୋକେ ଅତିଷ୍ଠ ହୋଇ ସ୍ୱତଃପ୍ରବୃତ ଭାବେ ଏମିତି କରିଛନ୍ତି । ଏହି ଘଟଣାରେ ବିଜେଡ଼ି ବିଜେପି ଉପରେ ଦୋଷ ଲଦୁଥିବାବେଳେ ଚପଲ ମାଡ଼ କରିଥିବା ଯୁବକ ଜଣକ ବିଜେପି କର୍ମୀ ହୋଇନଥିବା କହିଛନ୍ତି”।

ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସିଧାସଳଖ ବିଜେପି ଉପରେ ଅଠା ବୋଳିଛନ୍ତି । ଚପଲ ଫିଙ୍ଗିଥିବା ଯୁବକ ବିଜେପି କାର୍ଯ୍ୟକର୍ତ୍ତା । ସେ ସ୍ଥାନୀୟ ଲୋକ ନୁହନ୍ତି, ଅନ୍ୟ ବ୍ଲକରୁ ଆସି ଚପଲ ଫିଙ୍ଗିଛନ୍ତି। ହାରିବା ଭୟରେ ବିଜେପି ଏମିତି କରୁଛି ବୋଲି ଦେବେଶ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ , ପୂର୍ବରୁ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ହୋଇଥିଲା ଜୋତାମାଡ । ୨୦୧୬ ଏପ୍ରିଲରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଦ୍ୱିତୀୟଥର ଲାଗି ଅଡ-ଇଭିନ ଫର୍ମୁଲା ଲାଗୁ କରିବାକୁ ସାମ୍ବାଦିକ ସମ୍ମିଳନୀ କରୁଥିଲେ ଠିକ ସେତିକିବେଳେ ସାମ୍ନାରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣେ ଯୁବକ ହଠାତ ତାଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦେହରେ ଜୋତା ବାଜିନଥିଲା, କାରଣ ଜୋତାଟିକୁ ଧରି ଦେଇଥିଲେ କେଜ୍ରିୱାଲଙ୍କ ଜଣେ ସମର୍ଥକ । ଜୋତା ଫିଙ୍ଗିଥିବା ଯୁବକଙ୍କୁ ସଙ୍ଗେସଙ୍ଗେ କାବୁ କରିନେଇ ଥିଲେ ସେଠାରେ ଉପସ୍ତିତ ସୁରକ୍ଷା କର୍ମୀ । ପରେ ଜଣା ପଡିଥିଲା ସେହି ବ୍ୟକ୍ତି ଜଣକ ବେଦ ପ୍ରକାଶ ଏବଂ ସେ ଆମ ଆଦମୀ ସେନାର ଜଣେ ସଦସ୍ୟ । ସିଏନଜି ଷ୍ଟିକର ଆବଂଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ନିଜର ପ୍ରତିବାଦ ପ୍ରଦର୍ଶନ କରିବାକୁ ସେ ଏଭଳି ଜୋତା ଫିଙ୍ଗିଥିବା କହିଥିଲେ । ବିଭିନ୍ନ ଫୋରମରେ ଦୁର୍ନୀତି ନେଇ ସେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ସେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପଢନ୍ତୁ;

ଗୋଲାପୀ ଓଠ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

Related posts

୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

ENO Beuro

‘ମ୍ୟାଗି’ର ଗୁଣବତ୍ତାକୁ ନେଇ ‘ନେସ୍‌ଲେ’ ଉପରେ ପୁଣି ୬୨ ଲକ୍ଷ ଟଙ୍କା ଜରିମାନା

ENO Beuro

ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More